ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଏପ୍ରିଲ ୧ ତାରିଖରୁ ଦୈନିକ ୨ ଲକ୍ଷ ଲୋକଙ୍କୁ କରୋନା ଟିକା ପ୍ରଦାନ କରାଯିବ ବୋଲି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ୪୫ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ କୋଭିଡ ଟିକା ପ୍ରଦାନ କରାଯିବ ।
ଏହି ଟିକାକରଣରେ ରାସ୍ତାକଡର ଦୋକାନର,ମାଛ ଓ ମାଂସ ବିକ୍ରେତା,ସ୍କୁଲ ଓ କଲେଜ ଶିକ୍ଷକ ଶିକ୍ଷୟତ୍ରୀ.ସେଶଳନ କାରିଗ.ସିକ୍ୟୁରିଟି ଗାର୍ଡ,ହେଟେଲ କର୍ମଚାରୀ,ମନ୍ଦିର,ଚର୍ଚ୍ଚ ଓ ମସଜିତ ପୂଜକଙ୍କୁ ପ୍ରାଥମିକ ଦିଆଯାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଓ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ମହାପାତ୍ର ସମସ୍ତ ଜିଲ୍ଲାପାଳ ,ମହାନଗର ନିଗମ କମିଶନର ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଧୀକାରୀଙ୍କୁ ଚିଠି ଲେଖିଛନ୍ତି ।
ଏପ୍ରିଲ ୧ଓ ୨ ତାରିଖରେ ସରକାରୀ ଛୁଟି ହୋଇଥିଲେ ମଧ୍ୟ ଟିକାକରଣ ହେବ ।ଦୈନିକ ଟିକାକରଣ ଟାର୍ଗେଟ ପୂରଣ କରିବା ପାଇଁ ପଦକ୍ଷେପ ନେବାକୁ ସେ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଛନ୍ତି । ଟିକାକରଣ ସମେତ ମାସ୍କ ଓ ସାମାଜିକ ଦୂରତା ରକ୍ଷା କରିବା ପାଇଁ କୁହାଯାଇଛି ।
ଅନ୍ୟପଟେ କୋଭିଡ ନିୟମ ଭାଙ୍ଗୁଥିବା ଦୋକାନୀମାନଙ୍କୁ ସିଲ୍ କରିବା ସହ ସେମାନଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । କୋଭିଡ ସଂକ୍ରମଣ ବ୍ୟାପୁଥିବାରୁ ଏଭଳି ପଦକ୍ଷେପ ନିଆଯାଉଛି ବୋଲି କୁହାଯାଇଛି ।