ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କରୋନାକୁ ମାତ୍ ଦେବା ପାଇଁ ବ୍ୟବହୃତ ହେଉଥିବା କୋଭିସିଲ୍ଡ ଟୀକାର ଦ୍ୱିତୀୟ ଡୋଜ ଅବଧି ଏବେ ହ୍ରାସ କରାଯାଇଛି । ଏଣିକି ୮ ରୁ ୧୬ ସପ୍ତାହ ମଧ୍ୟରେ ଦ୍ୱିତୀୟ ଡୋଜ ଟୀକା ଦିଆଯିବ । ଏହାପୂର୍ବରୁ ଏହାର ଅବଧି ୧୨ ରୁ ୧୬ ସପ୍ତାହ ରହିଥିଲା ।
କୋଭିସିଲ୍ଡ ଟୀକାର ବ୍ୟବଧାନ କମ କରିବା ପାଇଁ ଆଜି ସରକାରଙ୍କୁ ପରାମର୍ଶ ଦେଇଛି ଭାରତର ନାସନାଲ୍ ଟେକ୍ନିକାଲ ଆଡଭାଇଜରି ଗ୍ରୁପ୍ ଅନ୍ ଇମ୍ୟୁନାଇଜେସନ (ଏନଟିଏଜିଆଇ) ।