ମସ୍କୋ(ଏଟିଆର ବ୍ୟୁରୋ): ସାରା ବିଶ୍ୱରେ କରୋନା ତାର କାୟା ବିସ୍ତାର କରି ଚାଲିଛି । କେବଳ ମଣିଷମାନଙ୍କଠାରେ ନୁହେଁ ପଶୁମାନଙ୍କଠାରେ ମଧ୍ୟ ଏହି ଭୂତାଣୁ ଦେଖିବାକୁ ମିଳିଛି । ତେଣୁ ସେମାନଙ୍କୁ ମଧ୍ୟ କରୋନା ଟିକା ଦିଆଯିବ । ରୁଷିଆ ପୁଣିଥରେ ପ୍ରଥମ ଦେଶଭାବେ ଜୀବଜନ୍ତୁଙ୍କ ପାଇଁ କରୋନା ଟିକା ପ୍ରସ୍ତୁତ କରିଛି ।
ରୁଷିଆ ବାହର କରିଥିବା ଏହି ଟିକାର ନା ହେଉଛି କାର୍ଣ୍ଣିଭାକ୍-କୋଭ । କୃଷି ସଂଗଠନର ପରାମର୍ଶ ଦାତା ୟୁଲିଆ ମେଲାନୋ କହିଛନ୍ତି ଏହି ଟିକା ପୂର୍ବରୁ ଉପଲ,ଏହାକୁ କିଣିବା ପାଇଁ ନିର୍ଦ୍ଦେଶ ଦିଆଯାଇପାରେ । ଯଦି କୈାଣସି ବ୍ୟକ୍ତି ଏହି ଟିକା କିଣିବା ପାଇଁ ଚାହୁଛନ୍ତି ତେବେ ସେ ଏହାକୁ ଅର୍ଡର କରିପାରିବେ ବୋଲି ରୁଷର ରୋସଲଖୋଜନାଡଜୋର ନାମକ କୃଷି ସଂଗଠନର ପରାମର୍ଶ ଦାତା କହିଛନ୍ତି ।
ବିଭିନ୍ନ ପଶୁଙ୍କ ଠାରେ ରୁଷିଆ ଚଳାଇଥିବା ନୈଦାନିକ ପରୀକ୍ଷଣରେ କୁକୁର, ବିରାଡ଼ି, କୋକଶିଆଳି ଓ ମିଙ୍କ୍ ପରି ପ୍ରାଣୀଙ୍କ ଠାରେ କରୋନାବିରୋଧୀ ଆଣ୍ଟିବଡି ବିକଶିତ ହୋଇଥିବା ସ୍ପଷ୍ଟ ହୋଇଛି। ଏହି ଟିକାର ପ୍ରତିରୋଧକ କ୍ଷମତା ୬ମାସ ପର୍ଯ୍ୟନ୍ତ ରହିବ । ଏହି ଟିକା ଏପ୍ରିଲ ମାସ ସୁଦ୍ଧା ବହୁପରିମାଣରେ ଉତ୍ପାଦନ କରାଯିବ । ଗତ ଅକ୍ଟୋବର ମାସରୁ ଏହି ଟିକା ଉପରେ ପରୀକ୍ଷଣ ଆରମ୍ଭ ହୋଇଥିବାର ଜଣାପଡିଛି ।