ଭୁବନେଶ୍ୱର(ଏଟିଆର ବ୍ୟୁରୋ): ବହୁ ଦିନର ଅପେକ୍ଷାର ଅନ୍ତ ଘଟିଛି । ଶେଷରେ ବନ୍ଦେ ଉତ୍କଳ ଜନନୀ କୁ ମିଳିଲା ରାଜ୍ୟ ସଙ୍ଗୀତ ମାନ୍ୟତା । କ୍ଲାନ୍ତକବି ଲକ୍ଷ୍ମୀକନ୍ତ ମହାପାତ୍ରଙ୍କ ଦ୍ୱାରା ରଚିତ ବନ୍ଦେ ଉତ୍କଳ ଜନନୀକୁ ସରକାରୀ ମାନ୍ୟତା ପ୍ରଦାନ କରାଯାଇଛି । ଆଜି ରାଜ୍ୟ କ୍ୟାବିନେଟ ବୈଠକ ପରେ ଏହି ନିଷ୍ପତି ନିଆଯାଇଛି । ଏହାପରେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖା ସାମ୍ବାଦିକ ସମ୍ମିଳନୀକରି ସୂଚନା ଦେଇଛନ୍ତି ।
ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଉଚ୍ଚ ଶିକ୍ଷା ବିଭାଗକୁ ବନ୍ଦେ ଉକ୍ରଳ ଜନନୀ ଗୀତକୁ ପାଠ୍ୟକ୍ରମରେ ସାମିଳ କରିବା ପାଇଁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟ ସରକାରଙ୍କ ସମସ୍ତ କାର୍ଯ୍ୟକ୍ରମରେ ବନ୍ଦେ ଉତ୍କଳ ଜନନୀ ଗୀତ ଗାନ କରାଯିବ । ଏହି ଗୀତ ଗାନ କରିବା ସମୟରେ ସମସ୍ତେ ସଙ୍ଗୀତକୁ ସମ୍ମାନ ଦେଇ ଠିଆ ହେବେ ବୋଲି ମନ୍ତ୍ରୀ ବିକ୍ରମ କେଶରୀ ଆରୁଖା ସୂଚନା ଦେଇଛନ୍ତି ।