ଭୁବନେଶ୍ୱର(ଏଟିଆର ବ୍ୟୁରୋ): ବର୍ଷର ପ୍ରଥମ ଦିନରେ ୩୪ ଲକ୍ଷରୁ ଅଧିକ ଚାଷୀଙ୍କୁ ୬୯୩.୯୪ କୋଟି ଟଙ୍କାର ସହାୟତ ପ୍ରଦାନ କରିଛନ୍ତି ରାଜ୍ୟ ସରକାର । ଚାଷୀଙ୍କୁ କାଳିଆ ଟଙ୍କା ପ୍ରଦାନ କରି ତାଙ୍କର ନୂତନ ବର୍ଷର ଆରମ୍ଭ କରିଛନ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।
ମୁଖ୍ୟମନ୍ତ୍ରୀ କହିଛନ୍ତି କାଳିଆ ଯୋଜନା ଏକ ଗୁରୁତ୍ୱପୂର୍ଣ୍ଣ ଚାଷୀ କଲ୍ୟାଣ କାର୍ଯ୍ୟକ୍ରମ । ପିପିଲି ନିର୍ବାଚନ ଚାଲିଥିବାରୁ ପୁରୀ ବ୍ୟତୀତ ଅନ୍ୟ ସବୁ ଜିଲ୍ଲାର ଚାଷୀମାନଙ୍କୁ କାଳିଆ ଟଙ୍କା ପ୍ରଦାନ କରାଯାଇଛି । ଏଥିରେ ୧୭ଲକ୍ଷ ଚାଷୀ ଭୂମିହୀନ ରହିଛନ୍ତି । ଦେଢଗୁଣ ଏମଏସପି କାହାର ଦୟା ନୁହେଁ,ଏହା ଚାଶୀର ହକ୍ । ଚାଷୀକୁ ତାର ହକ ଦବା ପାଇଁ ଆମର ଲକ୍ଷ୍ୟ ରହିଛି ।
କୋଭିଡ ମହାମାରୀ ସମୟରେ ଚାଷୀଭାଇ ମାନେ ମଧ୍ୟ ଆମର ଅର୍ଥନୀତିକୁ ରକ୍ଷା କରିଛନ୍ତି । ତେଣୁ ଚାଷୀଭାଇ ମାନଙ୍କୁ ଅଣଦେଖା କରି ହେବ ନାହିଁ ପୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହି ଅବସରରେ କୃଷି ମନ୍ତ୍ରୀ ଅରୁଣ ସାହୁଙ୍କ ସମେତ ବିଭାଗୀୟ ପଦାଧିକାରୀ ଓ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ.ପାଣ୍ଡିଆନ ଉପସ୍ଥିତ ଥିଲେ ।