ଭୁବନେଶ୍ୱର(ଏଟିଆର ବ୍ୟୁରୋ): ରାଜ୍ୟରେ ବୁଣାକାର ପରିବାରଙ୍କ ପାଇଁ ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ଏହି ପ୍ୟାକେଜରେ ବିନା କୌଣସି ସୁଧରେ ୫୦ହଜାର ଟଙ୍କା ପର୍ଯ୍ୟନ୍ତ ଟଙ୍କା ଯୋଗାଇ ଦିଆଯିବ । ମୁଖ୍ୟମନ୍ତ୍ରୀ କହିଛନ୍ତି ବର୍ତ୍ତମାନ ରାଜ୍ୟରେ କୃଷି ପରେ ହସ୍ତତନ୍ତ ହିଁ ଗ୍ରାମାଞ୍ଚଳରେ ସର୍ବାଧିକ ଲୋକଙ୍କୁ ନିଯୁକ୍ତି ଯୋଗାଇଥାଏ । ବୁଣାକାର ସେମାନଙ୍କ ଦକ୍ଷତା ଦ୍ୱାରା ଓଡିଶାର ମହାନ ସାଂସ୍କୃତିକ ପରମ୍ପରାକୁ ହନ୍ତତନ୍ତ ମାଧ୍ୟମରେ ସାରା ବିଶ୍ୱରେ ଉପସ୍ଥାପନା କରିଆସୁଛନ୍ତି ଏବଂ ଓଡିଶାର ତିଆରି ହନ୍ତତନ୍ତର ମଧ୍ୟ ବେଶ ଚାହିଦା ରହିଛି ।
ବର୍ତ୍ତମାନ ଦିନକୁ ଦଚିନ ଏ କ୍ଷେତ୍ରରେ ଯୁବପିଢିମାନେ ମନ ଫେରାଇ ନେଉଥିବା ବେଳେ ଗତ ଦୁଇବର୍ଷରେ ହନ୍ତତନ୍ତ ବ୍ୟବସାୟ ଗଭୀର ଭାବରେ ପ୍ରଭାବିତ ହୋଇଛି ଓ ଆମର ହଜାର ହଜାର ବୁଣାକାରମାନଙ୍କ ରୋଜଗାରରେ ମଧ୍ୟ ହ୍ରାସ ପାଉଛି ।
ରାଜ୍ୟରେ ୩୧,୩୪୨ ଟି ଲୁମ ପିଟ ମଧ୍ୟରୁ ଏପର୍ଯ୍ୟନ୍ତ ୧୫,୦୭୧ ଟି ଲୁମ ପିଟ୍ କଂକ୍ରିଟ କରାଯାଇଛି । ସେହିପରି ୩୦୦୦ ବୁଣାକାର ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ପ୍ୟାକେଜ ଅଧିନରେ ପ୍ରାଥମିକତା ଭୀତ୍ତିରେ ହାଉସ-କମ-ୱାକ୍ ସେଡ ଯୋଗାଇ ଦିଆଯିବ । ବର୍ତ୍ତମାନ ସୁଦ୍ଧା ବୁଣାକାର ପରିବାରକୁ ୧୧୬୯୫ଟି ହାଉସ-କମ-ୱାର୍କ ସେଡ ପ୍ରଦାନ କରାଯାଇଛି ।
ସେହିପରୀ ବୁଣାକାରମାନଙ୍କ ଆଖି ଉପରେ ଯେପରି ବିଶେଷ ଭାବେ ପ୍ରଭାବ ନପଡେ ଓ ସେମାନେ କିପରି ବହୁୁ ସମୟ ଧରି କାମ କରିପାରିବେ ସେଥିପାଇଁ ସେମାନଙ୍କୁ ଏହି ଯୋଜନାରେ ବିଜୁଳି ଆଲୁଅ ଓ ବିଜୁଳି ପଙ୍ଖା ଯୋଗାଇ ଦିଆଯିବ । ସମସ୍ତ ବୁଣାକାର ପରିବାରକୁ ଅଗ୍ରାଧିକାର ଭିତ୍ତିରେ ବାସଗୃହ ଯୋଜାଇ ଦିଆଯିବା ପାଇଁ ମଧ୍ୟ ନିଷ୍ପତ୍ତି ନିଆଯାଇଛି ।
ବୁଣାକାରମାନଙ୍କ ଉତ୍ପାଦନ ସାମଗ୍ରୀକୁ ରଖିବା ପାଇଁ ବିଭିନ୍ନ ଗୋଷ୍ଠୀ ଭିତ୍ତିଭୂମି ଯେପରିକି ସିଏଫସି,ଗେଦାମ, ଓ ବିକ୍ରୟ କେନ୍ଦ୍ର ଆଦି ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମାଧ୍ୟମରେ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।