ଭୁବନେଶ୍ୱର(ଏଟିଆର ବ୍ୟୁରୋ): ରାଜ୍ୟ ସରକାରଙ୍କ ବିଦ୍ୟୁତ ଦର ବୃଦ୍ଧି ପ୍ରତିବାଦରେ ପ୍ରତିବାଦ କରିବ କଂଗ୍ରେସ । ଏନେଇ ଅରଜି ସନ୍ଧ୍ୟା ୬ ଟା ୩୦ରୁ ୭ ଟା ପର୍ଯ୍ୟନ୍ତ ସମସ୍ତ ବିଦ୍ୟୁତ ଉପକରଶ ବନ୍ଦ କରିବ କଂଗ୍ରେସ । କୋଭିଡ ମହାମାରୀ କାରଣରୁ ଲୋକଙ୍କ ଆର୍ଥିକ ସ୍ଥିତି ଠିକ ନଥିବାବେଳେ ରାଜ୍ୟ ଓ କେନ୍ଦ୍ର ସରକାର ପେଟ୍ରୋଲ ଡିଜେଲ ଓ ଗ୍ୟାସ ଦର ବୃଦ୍ଧି ହୋଇଥିବାବେଳେ ଏବେ ବିଦ୍ୟୁତ ଦର ବୃଦ୍ଧି ସାଧାରଣ ଲୋକଙ୍କ ଉପରେ ବୋଝ ସୃଷ୍ଟି କରିଛି ।
ରାଜ୍ୟରେ ପ୍ରତି ୟୁନିଟ ବିଦ୍ୟୁତ ଉତ୍ପାଦନ ଖର୍ଚ୍ଚ ପାଇଁ ୩ ଟଙ୍କା ରହିଥିବାବେଳେ ବିଦ୍ୟୁତ କମ୍ପାନୀ ୬ ଟଙ୍କା ନରରେ ଗ୍ରାହକଙ୍କୁ ଆଦାୟ କରିଛନ୍ତି । ଏହି ବିଜୁଳି ଦର ବୃଦ୍ଧି ରାଜ୍ୟଁ ସରକାରଙ୍କ ଜନବିରୋଧି ନିଷ୍ପିତ୍ତିଚିନ୍ତାଜନକ ଅଟେ । ବର୍ତ୍ତମାନ ସମୟରେ ବିଦ୍ୟୁତ ଦର ବୃଦ୍ଧିକୁ କଂଗ୍ରେସ ବିରୋଧ କରୁଛି । ଏନେଇ ରାଜ୍ୟର ସମସ୍ତ ବ୍ଲକ ଓ ସଦର ମହକୁମାରେ ଧାରଣା ବିକ୍ଷୋଭ କରି ସ୍ମାରକ ପତ୍ର ପ୍ରଦାନ କରାଯାଉଛି ବୋଲି ନିରଞ୍ଜନ କହିଛନ୍ତି ।