ଭୁବନେଶ୍ୱର(ଏଟିଆର ବ୍ୟୁରୋ): ରଜ୍ୟରେ ଦକ୍ଷିଣ ପଶ୍ଚିମ ମୈସୁମୀ ବାୟୁ ଦୁର୍ବଳ ରହିଥିବା କାରଣରୁ ଆସନ୍ତା ତିନଦିନ ପର୍ଯ୍ୟନ୍ତ ରାଜ୍ୟର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ଭୁବନେଶ୍ୱର ପାଣିପାଗ ବିଭାଗ କେନ୍ଦ୍ର ପୂର୍ବାନୁମାନ କରିଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ କେନ୍ଦୁଝର , ବାଲେଶ୍ୱର , ଭଦ୍ରକ , ଓ ଯାଜପୁର , ବାଲେଶ୍ୱର, ଆଦି ସ୍ଥାନରେ ବ୍ରବଳ ବର୍ଷା ହେବ ।
ସେହିପରି କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ଦେଓଗଡ଼, ଅନୁଗୁଳ, ଢେଙ୍କାନାଳ, କନ୍ଧମାଳ ଓ ବୌଦ୍ଧରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଶ୍ରୀ ବିଶ୍ୱାସ ଆକଳନ କରିଛନ୍ତି ।ଏହି ଜିଲ୍ଲାମାନଙ୍କୁ ସତର୍କ କରିବା ପାଇଁ ସ୍ୱତନ୍ତ୍ର ରିଲିଫ କମିଶନର ଚିଠି ଲେଖିଛନ୍ତି । ୨୭ ଓ ୨୮ ତାରିଖରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ହେବାକୁ ଥିବାବେଳେ ୨୯ ତାରିଖରୁ ବର୍ଷାର ପରିମାଣ କମିବ ବୋଲି ଆଶା କରାଯାଉଛି ।
ଗତ ୨୪ ଘଣ୍ଟାରେ ଆନନ୍ଦପୁରରେ ୬୨ ମିଲିମିଟର ବର୍ଷା ହୋଇଥିବା ବେଳେ ବାଣପୁରରେ ୫୮ମିଲିମିଟର, ଦଶପଲ୍ଲାରେ ୫୨ ମିଲିମିଟର, ଭୁବନେଶ୍ୱରରେ ୪୨ ମିଲିମିଟର, ରାଜଘାଟରେ ୪୧ ମିଲିମିଟର, ବନ୍ତରେ ୪୦ ମିଲିମିଟର, ଟାଙ୍ଗିରେ ୩୬ ମିଲିମିଟର, ଡୁଙ୍ଗୁରିପାଲିରେ ୩୨ ମିଲିମିଟର, ବାରିପଦାରେ ୨୧ ମିଲିମିଟର ବର୍ଷା ହୋଇଥିବା ରାଜ୍ୟ ଜଳସମ୍ପଦ ବିଭାଗ ପକ୍ଷରୁ ରେକର୍ଡ କରାଯାଇଛି ।