ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆପଣମାନେ ସମସ୍ତେ ଜାଣିଥିବେ ଯେ ଖୀର ଶରୀର ପାଇଁ ଖୁବ୍ ଉପଯୋଗୀ । ଏହା ଆପଣଙ୍କୁ ଅନେକ ଅସୁବିଧାରେ ସାହାର୍ଯ୍ୟ କରିଥାଏ । ଏହାସହିତ ଏହା ହାଡକୁ ଶକ୍ତ ରଖିଥାଏ । ଖୀରରେ କେଶର ମିଶାଇ ପିଇବାର ଫାଇଦା ବିଷୟରେ ଆପଣ ନିଶ୍ଚୟ ଶୁଣିଥିବେ । କିନ୍ତୁ ଆଜି ଆମେ ଆପଣଙ୍କୁ ରସୁଣ ସହିତ ଖୀର ପିଇବାର ଫାଇଦା ସଂପର୍କରେ କହିବାକୁ ଯାଉଛୁ । ଏହାକୁ ଶୁଣିଲା ପରେ ଆପଣଙ୍କୁ ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗିଥିବ । କିନ୍ତୁ ଗୋଟେ ଥର ଏହାର ଫାଇଦା ଜାଣିଲା ପରେ ଆପଣ ନିହାତି ଭାବରେ ଏହାକୁ ଡାଏଟ୍ ରେ ସାମିଲ କରିବେ ।
- ଥଣ୍ଡା-ଜ୍ୱର ହେଲେ ଖୀରରେ ରସୁଣ ମିଶାଇ ପିଇଲେ ଆରାମ ଲାଗିଥାଏ । ଏହାବ୍ୟତୀତ କଫ ଦୂର କରିବାରେ ସହାୟକ ହୋଇଥାଏ ।
- ମା’ ଟି ଶିଶୁକୁ ଜନ୍ମ ଦେବା ପରେ ଖୀର ସହିତ ରସୁଣ ଖାଇବା ଉଚିତ୍ । କାରଣ ଏହାଦ୍ୱାରା ସ୍ତନ୍ୟପାନରେ କୌଣସି ଅସୁବିଧା ହୋଇନଥାଏ ।
- ରସୁଣ ସହ ଖୀର ପିଇବା ଦ୍ୱାରା ପାଚନ କ୍ରିୟା ମଜବୁତ ହୋଇଥାଏ । ରସୁଣରେ ଥିବା ତତ୍ୱ ପେଟରେ ଥିବା ସମସ୍ତ ସମସ୍ୟାକୁ ଦୂର କରିଥାଏ ।
- ସର୍ବଦା ଆଂଠୁ-ଗଣ୍ଠି ଦରଜ ହେଉଥିଲେ ନିୟମିତ ଖୀରରେ ରସୁଣ ମିଶାଇ ପିଅନ୍ତୁ ।