ଭୁବନେଶ୍ୱର (ଏଟିଆର ବ୍ୟୁରୋ): ମାଛ ଶରୀର ପାଇଁ ଅନେକ ଲାଭ ଦାୟକ ହେବା ସହ ଏଥିରେ ଅନେକ ପୋଷକ ତତ୍ୱ ମଧ୍ୟ ରହିଥାଏ । ଆପଣ ନିଶ୍ଚିତ ଶୁଣିଥିବେ କି ମାଛ ଶରୀର ପାଇଁ ଅତ୍ୟନ୍ତ ଲାଭ ଦାୟକ ହୋଇଥାଏ । ବହୁ ସମୟରେ ମଧ୍ୟ ଡାକ୍ତର ମାଛ ଖାଇବା ପାଇଁ ପରାମର୍ଶ ଦେଇଥାନ୍ତି । ତେବେ ଆସନ୍ତୁ ଜାଣିବା କେଉଁ ସବୁ ରୋଗରୁ ରକ୍ଷା କରିବାରେ ସହାୟକ ହୋଇଥାଏ ।
ମାଛ ଡାଇବେଟିଜ ରୋଗ ପାଇଁ ଲାଭ ଦାୟକ ହୋଇଥାଏ । ମାଛରେ ପ୍ରଚୁର ପରିମାଣର ଡିଏଏଚ , ଇପିଏ, ଓମେଗା-୩ ଏବଂ ଫ୍ୟାଟି ଏସିଡ ରହିଥାଏ ଯାହାଦ୍ୱାରା ଶରୀରର ରକ୍ତ ନଳୀରେ ରହିଥିବା କୋଶ ଗୁଡିକ ଶକ୍ତ ହୋଇଥାଏ ।
ନିକଟରେ ହୋଇଥିବା ଏକ ରିସର୍ଚରୁ ଜଣାପଡିଛି ଯେ ନିୟମିତ ଭାବରେ ଖାଦ୍ୟ ଶୈଳୀରେ ମାଛକୁ ଗ୍ରହଣ କରିବା ଦ୍ୱାରା ହୃଦରୋଗରୁ ମଧ୍ୟ ରକ୍ଷା ପାଇବାରେ ସହଜ ହୋଇଥାଏ । ମାଛରେ ଅଧିକ ପରିମାଣରେ ପ୍ରୋଟିନ ରହିଥବାରୁ ଏହା ଶରୀରରେ ମେଟାବୋଲିଜିମ ବୃଦ୍ଧି କରାଇବାରେ ସହାୟକ ହୋଇଥାଏ ।
ମାଛ ଆମ ଶରୀରକୁ ଶକ୍ତ କରିବା ସହ ମାସଂ ପେଶୀକୁ ଶକ୍ତ କରିଥାଏ । ମାଛ ଖାଇବା ଦ୍ୱାରା ମସ୍ତିଷ୍କ ମଧ୍ୟ ସୁସ୍ଥ ରହିଥାଏ ।