ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଏଣିକି ରାଜ୍ୟ ବାହରୁ ଆସୁଥିବା ଲୋକମାନଙ୍କ ପାଇଁ ଆରଟିପିସିଆର ଟେଷ୍ଟ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି । ଯେଉଁମାନେ ଏହି ଆରଟିପିସିଆର ଟେଷ୍ଟ କରୋଇନଥିବେ ସେମାନଙ୍କୁ ୭ ଦିନ ପର୍ଯ୍ୟନ୍ତ କ୍ୱାରେଣ୍ଟାଇନରେ ରଖାଯିବ ।ଦୈନିକ ସଂକ୍ରମଣ ସଂଖ୍ୟା ରାଜ୍ୟରେ ୮୦୦ ଟପୁଥିବାବେଳେ ଏଭଳି ପଦକ୍ଷେପ ନେଇଛନ୍ତି ମନ୍ତ୍ରୀ ନବ ଦାସ ।
ସଂକ୍ରମଣ ବଢୁଥିବାରୁ ସରକାର ସମସ୍ତ ଘରୋଇ ହସ୍ପିଟାଲକୁ ପ୍ରସ୍ତୁତ ରହିବା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟରେ ଦିନକୁ ଅଢେଇ ଲକ୍ଷ ଟିକାର ଆବଶ୍ୟକତା ରହିଛି ।ରାଜ୍ର ବହାରୁ ତଥା ପଶ୍ଛିମବଙ୍ଗରୁ ଆସୁଥିବା ଲୋକମାନଙ୍କର ମଧ୍ୟ ଆରଟିପିସିଆର ଟେଷ୍ଟ କରାଯିବ ବୋଲି କୁହାଯାଇଛି ।ଏହାଛଡା ମାସ୍କ ପିନ୍ଧିବା,ସାମାଜିକ ଦୂରତା ରକ୍ଷା କରିବା ଓ ସାନିଟାଇଜର ବ୍ୟବହାର ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି ।
ରାଜ୍ୟରେ ଦିନକୁ ଅଢ଼େଇ ଲକ୍ଷ ଟିକା ଦରକାର । ୧୦ ଦିନ ପାଇଁ ୨୫ ଲକ୍ଷ ଟିକା ଆବଶ୍ୟକ ଥିବାରୁ ଟିକା ଯୋଗାଇ ଦେବାକୁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖାଯାଇଛି। ଏହାବ୍ୟତୀତ ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କର ପ୍ରଧାନମନ୍ତ୍ରୀଙ୍କ ସହ ସମୀକ୍ଷା ଥିବାରୁ ଏ ସଂପର୍କରେ ମୁଖ୍ୟମନ୍ତ୍ରୀ ଆଲୋଚନା କରିପାରନ୍ତି ବୋଲି ସେ କହିଛନ୍ତି।