ଭୁବନେଶ୍ୱର(ଏଟିଆର ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ପୁଣି ଉପର ମୁହାଁ ହେଲଶଣି ଉପର ମୁହାଁ । ଆଜି ନୂଆ ରେକର୍ଡରେ ୧୦୦୦ ପାର କରିଛି ସଂକ୍ରମିତଙ୍କ ସଂଖ୍ୟା । ୨୪ଘଣ୍ଟା ମଧ୍ୟରେ ୧୨୮୨କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୭୫୫ଜଣ କ୍ୱାରେଣ୍ଟାନରେ ରହିଥିବାବେଳେ ୫୨୭ଜଣ ସ୍ଥାନୀୟ ସଂକ୍ରମଣ ବୋଲି ଜଣାପଡିଛି ।
ସୁନ୍ଦରଗଡ ଜିଲ୍ଲାରୁ ସର୍ବାଧିକ ୨୨୪ଜଣ ଚିହ୍ନଟ ହୋଇଥିବାବେଳେ ଖୋର୍ଦ୍ଧାରୁ ୧୯୨ ଓ କଳାହାଣ୍ଡିରୁ ୧୦୮ଜଣ ଚିହ୍ନଟ ହୋଇଛନ୍ତି, କଟକରୁ ୬୩, ଢେଙ୍କାନାଳରୁ , ବରଗଡ଼ରୁ ୮୪, ଅନୁଗୁଳରୁ ୪୯, ବାଲେଶ୍ବରରୁ ୧୦, ଭଦ୍ରକରୁ ୨୪, ବଲାଙ୍ଗୀରରୁ ୩୫ଜଣ ଚିହ୍ନଟ ହୋଇଛନ୍ତି ।
ସେହିପରି ଗଜପତିରେ ଜଣେ, ଗଞ୍ଜାମରେ ୩୨ଜଣ, ଦେବଗଡ଼ରୁ ୩, ଯାଜପୁରରେ ୨୬ଜଣ, ଜଗତସିଂହପୁରରେ ୩ଜଣ, ଝାରସୁଗୁଡ଼ାରେ ୩୬ ଜଣ, କନ୍ଧମାଳରେ ୭, କେନ୍ଦ୍ରାପଡ଼ାରେ ୬ଜଣ, କେଉଁଝରରେ ୬ଜଣ, କୋରାପୁଟରେ ୮ ଜଣ, ମୟୁରଭଞ୍ଜରେ ୫୨ ଜଣ, ନବରଙ୍ଗପୁରରେ ୨୭ଜଣ, ନୟାଗଡ଼ରେ ୧୦, ନୂଆପଡ଼ାରେ ୮୨ ଜଣ, ପୁରୀରେ ୨୮ ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି ।