ଭୁବନେଶ୍ୱର (ଏଟିଆର ବ୍ୟୁରୋ): କରୋନାର ଦ୍ୱିତୀୟ ଲହର ଦ୍ରୁତ ଗତିରେ ବ୍ୟାପୁଥିବା ବେଳେ ରାଜ୍ୟରେ ଜାରି ରହିଛି ଟୀକାକରଣ ପ୍ରକ୍ରିୟା । ଏହାରି ମଧ୍ୟରେ ରାଜ୍ୟକୁ ପୁଣି ଆସୁଛି ଆଉ ୨ ଲକ୍ଷ ୫୦ ହଜାର କୋଭିସିଲ୍ଡ ଟୀକା । ଆଜି ଭୁବନେଶ୍ୱରରେ ଟୀକା ପହଁଚିବା ପରେ ସମସ୍ତ ଜିଲ୍ଲାକୁ ଟୀକା ବଣ୍ଟନ କରାଯିବ । ସେହିପରି ରବିବାର ଟୀକା ଉତ୍ସବ ପାଳନ କରାଯିବ । ସମସ୍ତ ଟୀକା କେନ୍ଦ୍ରରେ ଟୀକାକରଣ କରାଯିବ । ଏନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।
ସୂଚନାଯୋଗ୍ୟ, ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଟୀକାକରଣ ଉପରେ ସରକାରଙ୍କ ଫେକେସ ରହିଛି । ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ମୋଟ ୩୪୮୧୮୨ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଯାହା ଏବେ ଚିନ୍ତାର କାରଣ ପାଲଟିଛି ।