ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଏପ୍ରିଲ ୧୩ ରେ ଆରମ୍ଭ ହେବାକୁ ଯାଉଛି ଚୈତ୍ର ନବରାତ୍ରୀ । ଏହି ପର୍ବ ମା ଦୁର୍ଗାଙ୍କୁ ସମର୍ପିତ । ଏହି ଅବସରରେ ମା ଦୁର୍ଗାଙ୍କ ୯ ସ୍ୱରୂପଙ୍କୁ ଆରାଧନା କରାଯାଇଥାଏ । ସେହିପରି ନବରାତ୍ରୀରେ ମା ଦୁର୍ଗାଙ୍କୁ ବିଧା ବିଧାନ ସହ ପୂଜା ଅର୍ଚ୍ଚନା କରାଯାଇଥାଏ । ଏବଂ ଜୀବନରେ ସୁଖ, ଶାନ୍ତି ପାଇଁ ମାଙ୍କୁ ପ୍ରାର୍ଥନା କରାଯାଇଥାଏ । ମା’ ମଧ୍ୟ ପ୍ରସନ୍ନ ହୋଇ ତାଙ୍କ ଭକ୍ତଙ୍କ ଉପରେ କୃପା ବର୍ଷା କରିଥାନ୍ତି । କିନ୍ତୁ ନବରାତ୍ରୀର ୯ ଦିନ ଯାକ ବ୍ରତ ରଖିବା ସମୟରେ କିଛି ନିୟମ ପାଳନ କରିବାକୁ ପଡିଥାଏ । ଯାହାଦ୍ୱାରା ମା ଦୁର୍ଗା ପ୍ରସନ୍ନ ହୋଇଥାନ୍ତି । ଯଦି ଆପଣ ଏହି ନିୟମ ପାଳନ ନକରିବେ ତେବେ ମାଙ୍କର ଆରାଧନାରେ ବିଘ୍ନ ଉପୁଜିଥାଏ । ଏହାଦ୍ୱାରା ମା କ୍ରୋଧିତ ହୋଇଥାନ୍ତି । ସେଥିପାଇଁ ମା ଦୁର୍ଗାଙ୍କୁ ପ୍ରସନ୍ନ କରିବା ପାଇଁ କିଛି କଥା ପ୍ରତି ଧ୍ୟାନ ରଖିବା ଉଚିତ୍ ତେବେ ଆସନ୍ତୁ ଜାଣିବା ।
– ନବରାତ୍ରୀ ସମୟରେ ଯଦି ଆପଣ ଘରେ ଅଖଣ୍ଡ ଦୀପ ଜଳାଉଛନ୍ତି ତେବେ ସେହିସମୟରେ ଘରକୁ ବିଲକୁଲ ଖାଲି ଛାଡିକି ଯିବା ଉଚିତ୍ ନୁହେଁ ।
– ଯେଉଁ ବ୍ୟକ୍ତି ନବରାତ୍ରୀରେ ବ୍ରତ ରଖନ୍ତି ସେମାନେ ବିଶେଷ କରି ଧ୍ୟନ ରଖିବା ଉଚିତ୍ କି ଯେପରି ୯ ଦିନ ପର୍ଯ୍ୟନ୍ତ ନଖ, କେଶ, ଦାଢି ଆଦି ନକାଟନ୍ତି ।
– ନବରାତ୍ରୀର ନଅ ଦିନ ଯାଏଁ ଚମଡାରେ ନିର୍ମିତ ଜିନିତ ପିନ୍ଧିବା ଉଚିତ୍ ନୁହେଁ ।
– ବ୍ରତଧାରୀ ୯ ଦିନ ପର୍ଯ୍ୟନ୍ତ ଲେମ୍ବୁ କାଟିବା ଉଚିତ୍ ନୁହେଁ ।
– ୯ଦିନ ଯାକ ବ୍ରତ ଧାରୀ ସ୍ୱଚ୍ଛ ବସ୍ତ୍ର ଧାରଣ କରିବା ଉଚିତ ।
– ନବରାତ୍ରୀ ସମୟରେ ଦିନରେ ଶୋଇବା ଉଚିତ୍ ନୁହେଁ ।
– ସେହିପରି ନବରାତ୍ରୀ ବ୍ରତ ଅବସରରେ ଶାରିରୀକ ସମ୍ପର୍କ ରଖିବା ଉଚିତ୍ ନୁହେଁ ଏବଂ ନିଶାଦ୍ରବ୍ୟ ଠାରୁ ଦୂରେଇ ରହିବା ଉଚିତ୍ ।