ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦେଶରେ କରୋନା ଲଢେଇକୁ ଆହୁରୀ ଦ୍ରୁତ କରିବା ପାଇଁ ଆଜିଠୁ ଚାରି ଦିନିଆ ଟୀକା ଉତ୍ସବ ପାଳନ କରାଯାଉଛି । ଏହି ଉତ୍ସବ ଆଜିଠୁ ଆରମ୍ଭ ହୋଇ ଏପ୍ରିଲ ୧୪ ତାରିଖ ଯାଏଁ ଚାଲିବ । ଏହାର ମୂଳ ଉଦ୍ଦେଶ୍ୟ ହେଉଛି ମାରାତ୍ମ ଭାଇରସ ପାଇଁ ଅଧିକାଂଶ ମାତ୍ରାରେ ଟୀକାକରଣ କରିବା ।
ସୂଚନାଯୋଗ୍ୟ, ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିଥିଲେ । ଏଥିରେ ସେ ଦେଶରେ ଚାଲୁଥିବା ଟୀକାକରଣ ଅଭିଯାନ ଉପରେ ଚର୍ଚ୍ଚା କରିଥିଲେ ।
ମୋଦି ବୈଠକରେ କହିଥିଲେ କି, ଏପ୍ରିଲ ୧୧ରେ ଜ୍ୟୋତିବା ଫୁଲେ ଜୟନ୍ତି ଏବଂ ଏପ୍ରତଲ ୧୪ ରେ ବାବା ସାହେବ ଜୟନ୍ତି । କଣ ଆମେ ଟୀକାଉତ୍ସବ ଆୟୋଜନ କରିପାରିବା ଏବଂ ଟୀକା ଉତ୍ସବର ମାହୋଲ କରିପାରିବ ।
ସେ ଆଗକୁ ଆହୁରୀ ମଧ୍ୟ କହିଥିଲେ କି, ଆମକୁ ଏକ ବିଶେଷ ଅଭିଯାନ ମାଧ୍ୟମରେ ଅଧିକରୁ ଅଧିକ ଲୋକଙ୍କୁ ଟୀକାକରଣ କରିବା ଉଚିତ୍ । ଏହି ଅବସରରେ ଆମର ଚେଷ୍ଟା ଜାରି ରହିବା ଉଚିତ୍ କି ଆମେ ଶୂନ ଅପବ୍ୟୟ କରୁ । ଯଦି ଟୀକା ଉତ୍ସବ ଅବସରରେ ଚାରି ଦିନରେ ଶୁନ ଅପବ୍ୟୟ ହୁଏ ତେବେ ଏହା ଆମ ଟୀକାକରଣ କ୍ଷମତାକୁ ଆହୁରୀ ବଢାଇବ ।