ଭୁବନେଶ୍ୱର (ଏଟିଆର ବ୍ୟୁରୋ) ; ନବରାତ୍ରୀରେ ଦେବୀ ଦୁର୍ଗାଙ୍କୁ ପୂଜା କରିବାର ଅଧିକ ମହତ୍ୱ ରହିଛି । ପ୍ରତ୍ୟେକ ବର୍ଷ ନବରାତ୍ରୀରେ ଦେବୀ ଦୁର୍ଗା ତାଙ୍କର ଭିନ୍ନ ଭିନ୍ନ ବାହାନ ଉପରେ ବସି ଧରାବତରଣ କରିଥାନ୍ତି । ସେହିପରି ଏପ୍ରିଲ ୧୩ରୁ ଆରମ୍ଭ ହେବାକୁ ଯାଉଛି ଚୈତ୍ର ନବରାତ୍ରୀ । ଏହାସହିତ ଆରମ୍ଭ ହୋଇଯିବ ମା ଦୁର୍ଗାଙ୍କ ୯ ସୂରୁପଙ୍କ ଆରାଧନା । ମାନ୍ୟତା ରହିଛି କି ନବରାତ୍ରୀ ପୂଜା କରିବା ଦ୍ୱାରା ଭକ୍ତଙ୍କ ସମସ୍ତ ମନସ୍କାମନା ପୁରଣ ହୋଇଥାଏ । ତେବେ ଏହି ଅବସରରେ ମା ଦୁର୍ଗା ଭକ୍ତ ମନସ୍କାମନା ପୁରଣ କରିବା ପାଇଁ କେଉଁ ବାହାନରେ ବସି ଧରାବତଣ କରିବେ ଆସନ୍ତୁ ଜାଣିବା ।
ଧାର୍ମିକ ମାନ୍ୟତା ଅନୁସାରେ ମା ଦୁର୍ଗାଙ୍କ ବାହାନର ଅଧିକ ମହତ୍ୱ ରହିଛି । ବର୍ଷରେ ପଡୁଥିବା ସମସ୍ତ ନବରାତ୍ରୀର ପ୍ରଥମ ଦିନରେ ମା ଅଲଗା ଅଲଗା ବାହନ ଉପରେ ବସି ଆସିଥାନ୍ତି । ମାଙ୍କ ବାହାନରୁ ହିଁ ମନୁଷ୍ୟ ଜୀବନରେ ସୁଖ-ସମୃଦ୍ଧିର ଠିକଣା ଲଗାଯାଇଥାଏ ।
ଗତବର୍ଷ ଚୈତ୍ର ନବରାତ୍ରୀରେ ମା ଘୋଡା ଉପରେ ବସି ଧରାବତରଣ କରିଥିଲେ । ସେଥିପରି ଏଥରକ ମଧ୍ୟ ମା ଘୋଡା ଉପରେ ବସି ଆସିବେ ।