ଭୁବନେଶ୍ୱର(ଏଟିଆର ବ୍ୟୁରୋ): ରାଜ୍ୟରେ କମିଛି ତାତି । ଅଧିକାଂଶ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ଜାରି ରହିଥିବାରୁ ରାଜ୍ୟର ପାରଦ ତଳମୁହାଁ ହୋଇଛି । ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଓ ଘଡଘଡି ଜାରି ରହିବ । ଆସନ୍ତା ୩ ରୁ ୪ ଦିନ ପର୍ଯ୍ୟନ୍ତ ରାଜ୍ୟର ସର୍ବୋଚ୍ଚ ତାପମାତ୍ରାରେ କୈାଣସି ପରିବର୍ତ୍ତନ ହେବ ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ତେବେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ବର୍ଷା ସହ ଘଡଘଡି ହେବାର ସମ୍ଭାବନା ରହିଛି ।
ଆସନ୍ତା କାଲି ୧୪ ଟି ଜିଲ୍ଲାରେ ବିଜୁଳି ଘଡଘଡି ସହ ଝଡବର୍ଷା ହେବାରେ ସମ୍ଭାବନା ରହିଛି । ସେହିପରି ପବନର ବେଗ ଘଣ୍ଟା ପ୍ରତି ୪୦ କିମି ରହିବ । ।ଉକ୍ତ ଜିଲ୍ଲାଗୁଡିକ ହେଲା କୋରାପୁଟ,ନବରଙ୍ଗପୁର,କଳାହାଣ୍ଡି,କନ୍ଧମାଳ,ଗଜପତି,ଗଞ୍ଜାମ,ବୈାଦ୍ଧ,ସୋନପୁର,ବଲାଙ୍ଗୀର,କଟକ,କେନ୍ଦୁଝର ଓ ମୟୂରଭଞ୍ଚ ।ଏହାକୁ ଦୃଷ୍ଟିରେ ରଖି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ଜିଲ୍ଲାଗୁଡିକ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ସେହିପରି ୧୨ ତାରିଖ ଦିନ କୋରାପୁଟ,ରାୟଗଡା,ଗଜପତି,ଗଞ୍ଜାମ,ନୟାଗଡ,କଟକ ଓ ବୈାଦ୍ଧ ଓ କେନ୍ଦୁଝର ଜିଲ୍ଲାରେ ୧୪ତାରିଖ ଦିନ ମାଲକାନଗିରି,କୋରାପୁଟ,ନୟାଗଡ,କୋରାପୁଟ,ନବରଙ୍ଗପୁର ଆଦି ଜିଲ୍ଲାରେ ଘଡଘଡି ବର୍ଷା ହେବାରେ ସମ୍ଭାବନା ରହିଛି । ଏଥିପାଇଁ ରାଜ୍ୟରେ ପାଗ ଥଣ୍ଡା ରହିବା ସହ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ତାତି ବଢିବ ନାହିଁ ।
ଆଜି ରାଜଧାନୀରେ ସବୋର୍ଚ୍ଚ ତାପମାତ୍ରା ୩୫.୨ଡିଗ୍ରୀ ରେକର୍ଡ ହୋଇଥିବାବେଳେ ପାଗ ମେଘୁଆ ରହିଥିଲା । ଆସନ୍ତାକାଲି ମଧ୍ୟ ତାପମାତ୍ରା ୩୬ଡିଗ୍ରୀ ପାଖାପାଖି ରହିବ ଓ ପାଗ ଆଶିଂକ ମେଘୁଆ ରହିବ । ଆସନ୍ତା ୧୫ ତାରିଖ ଯାଏଁ ଦକ୍ଷିଣ ଓ ଉତ୍ତର କେତେକ ସ୍ଥାନରେ କାଳ ବୈଶାଖୀ ପ୍ରଭାବ ରହିବ ଓ ୧୮ ତାରିଖ ବେଳକୁ ତାତି ସାମାନ୍ୟ ବଢିପାରେ ।