ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଆସନ୍ତା ୩୦ ତାରିଖ ପରେ ନବମ ଶ୍ରେଣୀ ପରୀକ୍ଷା ନିଷ୍ପତ୍ତି ନିଆଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀରରଂଜନ ଦାଶ ସୂଚନା ଦେଇଛନ୍ତି ।ସରକାର ଚାହୁନାହାନ୍ତି ଛାତ୍ରଛାତ୍ରୀମାନେ ପରୀକ୍ଷା ଦିଅନ୍ତୁ । ସରକାର ପ୍ରସ୍ତୁତ ଅଛନ୍ତି । କିନ୍ତୁ କରୋନା ପାଇଁ ଅପ୍ରେଲ ୩୦ ଯାଏ ପାଠପଢା ବନ୍ଦ ରହିଛି । ନବମ ଶ୍ରେଣୀର କୋର୍ସ ପ୍ରାୟତଃ ଶେଷ ହୋଇଛି । ସବୁ କୋର୍ସ ସରିନି । ୩୦ ପରେ ଦ୍ୱିତୀୟ ଲହରର ସ୍ଥିତି ଦେଖି ପରୀକ୍ଷା ନିଷ୍ପତ୍ତି ନିଆଯିବ।
ତେବେ ଛାତ୍ରଛାତୀମାନେ ପରୀକ୍ଷା ପୂର୍ବରୁ ବା ପରୀକ୍ଷା ପରେ କୋଭିଡ ଆକ୍ରାନ୍ତ ହେଲେ ସେମାନଙ୍କୁ ବିକଳ୍ପ ବ୍ୟବସ୍ଥା ଜରିଆରେ ମାର୍କ ଦେବାକୁ ସିବିଏସଇ ନିଷ୍ପତ୍ତି ନେଇଛି । ମହାମାରୀ ସମୟରେ ଛାତ୍ରଛାତୀଙ୍କର ଯେପରି ଗୋଟିଏ ବର୍ଷ ନଷ୍ଟ ନ ହୁଏ ସେଥିଲାଗି ଏହି ପଦକ୍ଷେପ ନେଇଛନ୍ତି ସିବିଏସଇ । ଛାତ୍ରଛାତ୍ରୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି ।
ସେପଟେ ଘରୋଇ ସ୍କୁଲ ପଞ୍ଜୀକରଣ ଅବଧି ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ଏପ୍ରିଲ ୧୩ ତାରିଖରୁ ବୃଦ୍ଧିକରି ୨୩ଯାଏ ଅବଧି ବଢ଼ାଇଛନ୍ତି ସରକାର। ରାଜ୍ୟରେ ମୋଟ୍ ୪ହଜାର ସ୍କୁଲ ରହିଥିବା ବେଳେ ୫୦୦ରୁ ଅଧିକ ସ୍କୁଲ ଏବେ ସୁଦ୍ଧା ପଞ୍ଜୀକରଣ କରିନାହାନ୍ତି। ସେମାନଙ୍କୁ ତୁରନ୍ତ ପଞ୍ଜୀକରଣ କରିବା ପାଇଁ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି।