ପିପିଲି(ଏଟିଆର ବ୍ରୁରୋ): ପିପିଲି ଉପନିର୍ବାଚନ ପାଇଁ ଜୋରଦାର ଚାଲିଛି ପ୍ରଚାର । ଏନେଇ ଆଜି ପ୍ରଚାର ମଇଦାନଙ୍କୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଡୋର ଟୁ ଡୋର କ୍ୟାମ୍ପେନ୍ କରିବା ସହ ବାଇକ ରାଲି,ଶୋଭାଯାତ୍ରାରେ କମ୍ପୁଛି ପିପିଲି । ଭିସି ଜରିଆରେ ମୁଖ୍ୟମନ୍ତ୍ରୀ ବିଜେଡି ପ୍ରାର୍ଥୀ ରୁଦ୍ରପ୍ରତାପ ମହାରଥୀଙ୍କ ପ୍ରଚାର କରିବେ ।
ତିନୋଟି ମୁଖ୍ୟ ରାଜନୈତିକ ଦଳ ପକ୍ଷରୁ ପ୍ରଚାର ଜୋରଦେସାରରେ ଚରଲିଥିବାବେଳେ ବିଜେଡି ପ୍ରଚାରର ମୁଖ୍ୟ ଅସ୍ତ୍ରକୁ ବ୍ୟବହାର କରିଛି । ସେପଟେ ଧମେନ୍ଦ୍ର ପ୍ରଧାନ ଆସନ୍ତା ୧୩ ରେ ବିଜେପି ପାଇଁ ନିର୍ବାଚନ ପ୍ରଚାର କରିବେ ।ବର୍ତ୍ତମାନ ବିଜେଡି,ବିଜେପି ଓ କଂଗ୍ରେସ ନିଜ ନିଜ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଛନ୍ତି ।
ପିପିଲି ଉପନିର୍ବାଚନ ପାଇଁ ହାତରେ ପ୍ରଚାର ପାଇଁ ଆଉ ମାତ୍ର ୪ ଦିନ ।ପିପିଲି ଉପନିର୍ବାଚନ ପାଇଁ ହାତରେ ପ୍ରଚାର ପାଇଁ ଆଉ ମାତ୍ର ୪ ଦିନ ।ଆସନ୍ତା ୧୫ ତାରିଖ ରେ ପ୍ରଚାରର ଶେଷ ତାରିଖ ହୋଇଥିବା ବେଳେ ୧୭ ରେ ଉପନିର୍ବାଚନ ଅନୁଷ୍ଠିତ ହେବ । ବିଜେଡି ପ୍ରାର୍ଥୀ ରୁଦ୍ରଙ୍କ ଭଉଣୀ ଓ ଭିଣୋଇଙ୍କ ସମେତ ଦଳର ତାରକା ପ୍ରଚାରକ ଏଠାରେ ଜିତିବାକୁ ଦିନରାତି ଏକ କରିଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେଥିରେ ଶେଷ ସ୍ପର୍ଶ ଦେବେ।
ପିପିଲି ବ୍ଲକର ଦାଣ୍ଡମୁକୁନ୍ଦପୁର, କୁମାରେଶ୍ୱର, ପାଟସାହାଣିପୁର ଏବଂ ଡେଲାଙ୍ଗ ବ୍ଲକର ରେଞ୍ଚ, ବଡ଼ ଆଙ୍କୁଲା ଓ ସିଂ ବରମ୍ପୁରରେ ମୁଖ୍ୟମନ୍ତ୍ରୀ ଭର୍ଚୁଆଲ ବୈଠକ କରିବେ।ଅନ୍ୟପକ୍ଷରେ ବିଜେପି ପାଇଁ ଆଜି ମଇଦାନକୁ ଓହ୍ଲାଇବେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ।ପିପିଲି ନିର୍ବାଚନମଣ୍ଡଳୀର ଲକ୍ଷ୍ମୀନାରାୟଣପୁର, ପୁବାଶାସନ, ପୋପରଙ୍ଗା, ଓରକଳ, ଭାରତୀପୁର, ପାଣିଦୋଳ, କଣ୍ଟି ଓ ହରିରାଜପୁରରେ ରାଲି କରିବେ ଅପରାଜିତା।