ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଜାତୀୟ କଂଗ୍ରେସ ପାର୍ଟିର ପ୍ରମୁଖ ଶରଦ ପୱାରଙ୍କ ଆଜି ପିତାଶୟ ଅପରେଶନ ହୋଇଛି । ଏନେଇ ପାର୍ଟିର ବରି୍ଷ୍ଠ ନେତା ନୱାବ ମଲିକ ସୂଚନା ଦେଇଛନ୍ତି । ଶରଦ ପୱାରଙ୍କ ପେଟରେ ଯନ୍ତ୍ରଣା ଅନୁଭବ ହେବା ପରେ ତାଙ୍କୁ ମୁମ୍ବାଇ ର ବ୍ରିଜ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଗତମାସରେ ଏକ ଚିକିତ୍ସା ପ୍ରକ୍ରିୟା ପରେ ପୱାରଙ୍କୁ ଏକ ମାସ ପାଇଁ ଆରାମ କରିବା ଲାଗି ପରାମର୍ଶ ଦିଆଯାଇଥିଲା ।
ସେହି ସମୟରେ ଡାକ୍ତର ନଷ୍ପତି ନେଇଥିଲେ କି, ୧୫ ଦିନ ପରେ ଶରଦ ପୱାରଙ୍କ ଶରୀରକୁ ସର୍ଜରୀ କରି ପିତାଶୟ ଅଲଗା କରାଯିବ । ଏହାପରେ ତାଙ୍କ ପେଟରେ ଯନ୍ତ୍ରଣା ଅନୁଭବ ହେବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏବେ ଅପରେଶନ କରାଯାଇଥିଲା ନୱାବ ମଲିକ ସୂଚନା ଦେଇଛନ୍ତି ।