ଭୁବନେଶ୍ୱର(ଏଟିଆର ବ୍ୟୁରୋ): ସରିଲା ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୁର୍ଣ୍ଣ ନିଷ୍ପତ୍ତି । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ରାଜ୍ୟ କ୍ୟାବିନେଟ ବୈଠକ ଶେଷ ହୋଇଛି । ବୈଠକରେ ୯ ଟି ପ୍ରସ୍ତାବକୁ ମୋହର ମାରିଛି କ୍ୟାବିନେଟ ।
ଅନୁସୂଚିତ ଜାତି ଓ ଜନଜାତି,ସାଧାରଣ ପ୍ରଶାସନ ଏବଂ ଜନ ଅଭିଯୋଗ,ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ,ସଂସଦୀୟ ବ୍ୟାପର,ଓ ଇସ୍ପାତ କଣି ବିଭାଗ ସହିତ ଜଡିତ ପ୍ରସ୍ତାବରେ କ୍ୟାବିନେଟ ମଞ୍ଜୁରୀ ମାରିଛି ।
ବାଗଚୀ-ଶ୍ରୀ ଶଙ୍କର କର୍କଟ ହସ୍ପିଟାଲ ଏବଂ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ପ୍ରସ୍ତାବକୁ ମଂଜୁରୀ ମିଳିଛି। ଏଥିପାଇଁ ସୁବ୍ରତ ବାଗଚୀ ଓ ସସ୍ମିତା ବାଗଚୀ ୨ଶହ ୧୦ କୋଟି ଟଙ୍କା ଅନୁାଦନ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ସେହିପରି କ୍ୟାନସର ହସ୍ପିଟାଲ ପାଇଁ ରାଜ୍ୟ ସରକାର ୨୦ ଏକର ଜମି ପ୍ରଦାନ କରିବେ।ଏହା ୨୦୨୪ ସୁଦ୍ଧା କାର୍ଯ୍ୟକ୍ଷମ ହେବ । ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଇନଫୋସିଟି ଅଞ୍ଚଳରେ ୨୦ ଏକର ଜମି ଯୋଜାଇ ଦିଆଯିବ । ପ୍ରଥମେ ୨୫୦ ଟି ବେଡ୍ ଓ ପରେ ୫ଶହ ବେଡ ହସ୍ପିଟାଲରେ ପରିଣତ କରାଯିବ ।
ସେହିପରି ଭୁବନେଶ୍ୱର କରୁଣାଶ୍ରାୟ ପାଲିଏଟିଗ କେୟାର ସେଣ୍ଟର ପ୍ରତିଷ୍ଠା ପସ୍ତାବକୁ ମେହର ମିଳିଛି । ଏଥିପାଇଁ ବାଗଚୀଙ୍କ ପତ୍ନୀ୧୩୦ କୋଟି ଟଙ୍କା ପ୍ରଦାନ କରିବେ । ଏଥିରେ ରୋଗୀଙ୍କର ମାଗଣା ଚିକିତ୍ସା କରାଯିବ । ସେହିଭଳି ଓଡିଶା ଖଣିଜ ପଦାର୍ଥ ଚୋରି ଓ ବେଆଇନ କାରବାର ନିରାକରଣ ସଂଶୋଧନ ୨୦୨୧ ପାଇଁ ମଧ୍ୟ ମୋହର ବାଜିଛି । ଏହା ଦ୍ୱାରା ଏହାଦ୍ବାରା ରାଜ୍ୟରେ ଖଣିଜ ପଦାର୍ଥ ଚୋରି, ଚୋରାଚାଲାଣ ଏବଂ ଖଣି ସଂପର୍କିତ ବେଆଇନ କାରବାରରେ ଅଙ୍କୁଶ ଲାଗିବ।