ଭୁବନେଶ୍ୱର(ଏଟିଆର ବ୍ୟୁରୋ): ବିଏମସି ପକ୍ଷରୁ ଆରମ୍ଭ ହେଲା ଦେୟ ପେଡ୍ କ୍ବାରେଣ୍ଟାଇନ୍ ବ୍ୟବସ୍ଥା ୨ଟି OYO ହୋଟେଲକୁ ପେଡ୍ କ୍ୱାରେଣ୍ଟାଇନ୍ ପାଇଁ ଓ ଅନ୍ୟଟି ପେଡ୍ ଆଇସୋଲେସନ କରାଯାଇଛି । ଏଥିରେ ୪୦ ଟି ରୁମ କରାଯାଇଛି । ଏସି ରୁମ ପାଇଁ ୧୪୯୯ ଟଙ୍କା ହୋଇଥିବାବେଳେ ସାଧାରଣ ରୁମ ପାଇଁ ୧୦୯୯ ଟଙ୍କା ମୂଲ୍ୟ ରଖାଯାଇଛି ।
ଏହି ସବୁ ହୋଟେଲର ସୁବିଧା ଘାଟିକିଆ,ପଟିଆ,ଓ ଗଜପତି ନଗରରେ ରହିଛି ।ଏଠାରେ ଲୋକମାନେ ଆବଶ୍ୟକୀୟ ଟଙ୍କା ଦେଇ ନିଜକୁ ସଙ୍ଗରୋଧରେ ରଖିପାରିବେ । ଏବଂ ସେଠାରେ ତାଙ୍କୁ ଜଳଖିଆ, ଦ୍ୱିପହର ଓ ରାତିର ଖାଇବା ଦିଆଯିବ ବୋଲି ବିଏମସି ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି ।
OYO ରୁମରେ ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ଡାକ୍ତରଙ୍କ ଉପଲବ୍ଧି ମିଳିବ । ତେବେ ଭୁବନେଶ୍ୱରରେ କରୋନା ସଂକ୍ରମଣ ହାର ବୃଦ୍ଧି ପାଇବା ନେଇ ବିଏମସି ପକ୍ଷରୁ ଏଭଳି ନିଷ୍ପତ୍ତି ଜାରି କରାଯାଇଛି । କରୋନା ସଂକ୍ରମଣ ବୃଦ୍ଧି ପାଇବା ହେତୁ ପ୍ରବାସୀମାନେ ଏବେ ଘର ମୁହାଁ ହେଲେଣି । ଏଭଳି ସ୍ଥିତିକୁ ଦୃଷ୍ଟିରେ ରଖି ସରକାର ସଙ୍ଗରୋଧରେ ରହିବା ବାଧ୍ୟତାମୂଳକ କରାଯାଇଥିବାବେଳେ ଗୃହର ଅଭାବ କାରଣରୁ ଲୋକମାନଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ଏପରି ସମୟରେ ଓୟୋ ରୁମକୁ ବିଏମସି ସଙ୍ଗରୋଧ କେନ୍ଦ୍ର ଭାବେ ବାଛିଛି ।