ଭୁବନେଶ୍ୱର(ଏଟିଆର ବ୍ୟୁରୋ): ରାଜ୍ୟରେ ଟିକାର ଅଭାବ କାରଣରୁ ୧୧ ଟି ଜିଲ୍ଲାରେ ସମ୍ପୂର୍ଣ୍ଣ ବନ୍ଦ ହୋଇଛି ଟିକାକରଣ । ଟିକାକରଣ ପାଇଁ ବନ୍ଦ ହୋଇଥିବା ଜିଲ୍ଳାଗୁଡିକ ହେଲା ଯାଜପୁର,ପୁରୀ,ଭଦ୍ରକ,ବୈାଦ୍ଧ,ଗିପତି,ସୋନପୁର,ସମ୍ବଲପୁର,ଢେଙ୍କାନାଳ,କେରାପୁଟ,ଝାରସୁଗୁଡା ଓ ଗଜପତି ଜିଲ୍ଲା । ଟିକା ଅଭାବ ହେତୁ ଆଜି ମାତ୍ର ୫୦୦ ଟି କେନ୍ଦ୍ରରେ ଟିକାକରଣ ଚାଲିଛି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।
ରାଜ୍ୟରେ ବର୍ତ୍ତମାନ ୩.୬୧ ଟି ଟିକା ମହଜୁତ ରହିଛି । ସେଥିରୁ ୬୧ ହଜାର କୋଭାକ୍ସିନ୍ ଓ ୩ଲକ୍ଷରୁ ଉଦ୍ଧ୍ୱର୍ କୋଭିସିଲ୍ଡ ରହିଛି । ଆଜି କେନ୍ଦ୍ରରୁ ୨ଲକ୍ଷ କୋଭିସିଲ୍ଟ ଟିକା ଆସିବ ବୋଲି କୁହାଯାଇଛି । ଟିକା ଯୋଗାଣରେ ଅନିୟମିତତା ଓ ଟିକାର ଅଭାବ କାରଣରୁ ଏଭଳି ପରିସ୍ଥିତି ଉପୁଜୁଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୁଚନା ପ୍ରଦାନ କରାଯାଇଛି ।
ପୂର୍ବରୁ ଗତ ୭ ତାରିଖରେ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଟିକା ନେବାପାଇଁ ଚିଠି ଲେଖିଜଣାଇଥିଲେ । ଗୋଟେପଟେ ଟିକାର ଅଭାବ ରହିଥିବାବେଳେ ଅନ୍ୟପଟେ ରାଜ୍ୟରେ ସଂକ୍ରମଣ ମଧ୍ୟ ବ୍ୟାପିବାରେ ଲାଗିଛି । ଏପରି ସ୍ଥଳେ ଟିକାର ଅଭାବ ନେଇ ସରକାର ଚିନ୍ତାରେ ଅଛନ୍ତି ।