ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ଚଳିତମାସରେ ଆଜି ପ୍ରଥମ ଥର ପାଇଁ ତେଲ ଦର ସାମାନ୍ୟ ହ୍ରାସ ପାଇଥିବାର ଦେଖିବାକୁ ମିଳିଛି । ଉଭୟ ପେଟ୍ରୋଲ ଓ ଡିଜେଲ ଦର ହ୍ରାସ ପାଇଥିବାବେଳେ ପେଟ୍ରୋଲ ଲିଟା ପିଛା ୧୬ ପଇସେ ରହିଥିବାବେଳେ ଡିଜେଲ ଲିଟର ପିଛା ୧୪ ପଇସା ରହିଛି ।
ଦିଲ୍ଲୀରେ ଏବେ ପେଟ୍ରୋଲ ୯୦ ଟଙ୍କା ୫୬ ପଇସା ରହିଥିବା ବେଳେ ଡିଜେଲ ୯୦ ଟଙ୍କା ୪୦ ପଇସା ରହିଛି। ମୁମ୍ୱାଇରେ ପେଟ୍ରୋଲ ଦର ୯୬.୯୮ ପଇସା ରହିଥିବାବେଳେ ଡିଜେଲ ୯୬ ଟଙ୍କା ୮୩ ପଇସା ରହିଛି। କୋଲକାତାରେ ପେଟ୍ରୋଲ ୯୦.୭୭ ପଇସା, ଡିଜେଲ ୯୦.୬୨ ପଇସା ରହିଛି।
ସେହିପରି ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର କାଲି ତୁଳନାରେ ସମାନ ରହିଥିବାବେଳେ ୯୧ ଟଙ୍କା ୨୮ପଇସା ସ୍ଥିର ରହିଥିବାବେଳେ ଡିଜେଲ ଦର ଲିଟର ପିଛା ୮୭ଟଙ୍କା ୯୮ପଇସା ଅଛି । କେନ୍ଦ୍ର ଓ ରାଜ୍ୟ ସରକାର ତେଲରେ ଲଗାଉଥିବା ଏକ୍ସାଇଜ୍ ଡ୍ୟୁଟି ପାଇଁ ଦେଶରେ ତେଲ ଦର ବୃଦ୍ଧି ହେଉଛି। ଉଭୟ କେନ୍ଦ୍ର ଓ ରାଜ୍ୟ ମିଶି ପେଟ୍ରୋଲରୁ ୩୨.୯୦ ପଇସା ଆଦାୟ କରୁଥିବା ବେଳେ ଡିଜେଲ ୩୧.୮୦ ପଇସା ଆଦାୟ କରୁଛନ୍ତି।