ପିପିଲି(ଏଟିଆର ବ୍ୟୁରୋ): ଅଜିତଙ୍କ ମଙ୍ଗରାଜଙ୍କ ବିୟୋଗର ତିନି ଦିନ ନପୁରୁଣୁ ଚାଲିଗଲା ମାଆଙ୍କ ଜୀବନ । ପିପିଲି ଉପନିର୍ବାଚନ ନେଇ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ମା କ୍ଷେତ୍ରମଣି ମଙ୍ଗରାଜଙ୍କ ଦେହାନ୍ତ ହୋଇଥିବା ସୂଚନା ମିଳିଛି । ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ବିୟୋଗ ହୋଇଛି ।
ସ୍ୱର୍ଗତ ଅଜିତ ମଙ୍ଗରାଜଙ୍କ କରୋନାରେ ଆକ୍ରାନ୍ତ ହେବା ପରେ ତାଙ୍କର ମୃତ୍ୟୁ ଘଟିଥିଲା । ଓ ପରେ ତାଙ୍କ ମାଆଙ୍କ ମଧ୍ୟ କୋଭିଡରେ ମୃତ୍ୟୁବରଣ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା । ତେବେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ଘରୋଇ ମେଡିକାଲ କତ୍ତୃପକ୍ଷଙ୍କ ସହ ପରିବାର ଲୋକ ଖବର ପାଇଥିଲେ । ଅଜିତଙ୍କ କୋଭିଟ ଯୋଗୁଁ ଚାଲିଯାଇଥିବା ଜୀବନ ଆଉ ଏବେ ତାଙ୍କ ମାଆଙ୍କ ଜୀବନ ଯିବା ପରେ ଦୁଃଖରେ ଭାଙ୍ଗପଡିଛନ୍ତି ପରିବାର ଲୋକ ।