ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): କରୋନା ରୋଗୀଙ୍କ ଜୀବନ ରକ୍ଷାକାରୀ ଔଷଧ ଭାବେ ବ୍ୟବହୃତ ହେଉଥିବା ରେମଡିସିଭିର ଇଞ୍ଜେକସନର ମୁଲ୍ୟ ହ୍ରାସ କରିଛନ୍ତି କେନ୍ଦ୍ର ସରକାର । ପାଖାପାଖି ୫୦ ପ୍ରତିଶତକୁ ହ୍ରାସ ପାଇଛି ଏହି ଇଞ୍ଜେକସନର ମୂଲ୍ୟ । କରୋନା ସଂକ୍ରମିତଙ୍କ ଚିକିତ୍ସାରେ ବ୍ୟବହୃତ ହେଉଥିବା ଔଷଧ ଓ ଅନ୍ୟ ଔଷଧର ମୂଲ୍ୟ ସରକାର କମାଇଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବୈଠକରେ ଅନୁଷ୍ଟିତ ହୋଇଥିବା ନିଷ୍ପତ୍ତି ଅନୁସାରେ ରେମଡିସିଭିରର ମୂଲ୍ୟ ୫୪୦୦ ଟଙ୍କାରୁ ୩୫୦୦ ଟଙ୍କାକୁ ହ୍ରାସ କରାଯାଇଛି । ସେହିପରି କ୍ୟାଡିଲା ହେଲଥକେୟାର ଲିମିଟେଡର ମୂଲ୍ୟ ୨୮୦୦ ଟଙ୍କାରୁ ୮୯୯ ଟଙ୍କାକୁ ହ୍ରାସ କରାଯାଇଛି ।ରିମୱନତର ଟିକାର ମୂଲ୍ୟ ୩୯୫୦ ରହିଥିବାବେଳେ ଏହାକୁ ହ୍ରାସ କରି ୨୪୫୦ ଟଙ୍କା ରଖାଯାଇଛି ।
ସିପ୍ଲା ପ୍ରସ୍ତୁତ କରିଥିବା ସିପ୍ରେମି ଏଣିକି ୧୦୦୦ ଟଙ୍କାରୁ ହ୍ରାସ ପ୍ଧବ ୩୦୦୦ ଟଙ୍କାରେ ଉପଲବ୍ଧ ହେବ । କୋଭିଫରର ମୁଲ୍ୟ ୧୯୦୦ ଟଙ୍କାରୁ ହ୍ରାସ ପାଇ ୩୪୯୦ କୁ ଧାର୍ଯ୍ୟ କରାଯାଇଛି । ଏହି ଟିକାର ମୁଲ୍ୟ କମିବା ପରେ ବହୁ ସଂଖ୍ୟାରେ ଲୋକ ଉପକୃତ ହେବେ । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ ୧୧ ଟି ରାଜ୍ୟର ସ୍ୱସ୍ଥ୍ୟମନ୍ତ୍ରୀଙ୍କ ସହ କଥା ହୋଇ କହିଛନ୍ତି ଦେଶରେ ଟିକାର ଅଭାବ ନାର୍ହି । ବିଭିନ୍ନ ରାଜ୍ୟକୁ ବର୍ତ୍ତମାନ ସୁଦ୍ଧା ୧୪ କୋଟି ୧୫ ଲକ୍ଷ ଡୋଜ ପଠାଯାଇଛି ।