ଭୁବନେଶ୍ୱର (ଏଟିଆର ବ୍ୟୁରୋ): ହକି ବିଶ୍ୱକପର ଉଦଘାଟନୀ ଉତ୍ସବ ଦେଖିବା ଲାଗି ଅନେଇ ବସିଛନ୍ତି ଦର୍ଶକ । ଏହାର ଟିକେଟ୍ ଏଣିକି ଅଫଲାଇନ୍ ନୁହେଁ ବରଂ ଅନଲାଇନ୍ ବିକ୍ରି ହେବ ବୋଲି ଆଗରୁ ଘୋଷଣା କରାଯାଇଥିଲା । ଆଜ୍ଞା ହଁ ଏହି ଉଦଘାଟନୀ ଉତ୍ସବର ଟିକେଟ୍ www.ticketgenie.in ରେ ଆଜି ମଧ୍ୟାହ୍ନ ୧୨ଟାରେ ଉପଲବ୍ଧ ହେବ ।
ହକି ବିଶ୍ୱକପର ଉଦଘାଟନୀ ଉତ୍ସବ ଦୁଇଟି ପର୍ଯ୍ୟାୟରେ ହେଉଥିବାରୁ କଳିଙ୍କ ଷ୍ଟାଡିୟମ ପାଇଁ ସର୍ବବୋଟ ଦଶ ହଜାର ପାଞ୍ଚ ଶହ ଟିକେଟ୍ ରହିଥିବା ବେଳେ ବାରବାଟୀ ପାଇଁ ରହିଛି ତିରିଶ ହଜାର ଟିକେଟ୍ ।
ଏହି ଉତ୍ସବ ପାଇଁ ସ୍ୱତନ୍ତ୍ର ପ୍ରସ୍ତୁତି ଶେଷ ହୋଇ ସାରିଲାଣି । ଏହାସହିତ ନିକଟରେ ଏହାର ଏକ ଥିମ୍ ଟିଜର ମଧ୍ୟ ରିଲିଜ୍ ହୋଇ ସାରିଛି । ଯେଉଁଥିରେ ଓଡିଶାର କଳା, ସଂସ୍କୃତି ଓ ପରମ୍ପରା ବିଷୟରେ ଦର୍ଶା ଯାଇଛି । ଯାହା ହକିପ୍ରେମୀଙ୍କ ଆଗ୍ରହକୁ ଅଧିକ ବଢାଇ ଦେଇଛି । ଏଥିରେ ଓସ୍କାର ବିଜେତା ଏ.ଆର ରେହମାନଙ୍କ ସମେତ ସାହରୁଖ ଖାନ୍ ଏବଂ ଅନେକ ନାମୀଦାମୀ କଳାକାର ମାନେ ସାମିଲ ହେବ ବୋଲି ସୂଚନା ମିଳିଛି ।