କଟକ(ଏଟିଆର ବ୍ୟୁରୋ): କୁମ୍ଭମେଳା ଫେରନ୍ତାଙ୍କୁ ନେଇ ବଢୁଛି ଚିନ୍ତାର କାରଣ । ଗତକାଲି କଟକ ରେଳ ଷ୍ଟେସନରେ କୁମ୍ଭମେଳାରୁ ୩୦ ଜଣ ଶ୍ରଦ୍ଧାଳୁଙ୍କ ଆରଟିପିସିଆର ଟେଷ୍ଟ କରାଯାଇଥିବାବେଳେ ସେମାନଙ୍କ ମଧ୍ୟରୁ ୧୩ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି । ସମସ୍ତ ପଜିଟିଭ ଆକ୍ରାନ୍ତଙ୍କୁ ହୋମ ଆଇସୋଲେସନରେ ରଖାଯାଇଛି । ଏନେଇ ସିଏମସି ପକ୍ଷରୁ ସୂଚନା ମିଳିଛି ।
ତେବେ ଆଜି ମଧ୍ୟ ଆଉ ଦୁଇଟି ଟ୍ରେନରେ କୁମ୍ଭମେଳା ଫେରନ୍ତା ଆସିବେ । ସେମାନଙ୍କ ମଧ୍ୟ ଆରଟିପିସିଆର ଟେଷ୍ଟ୍ର କରାଯିବ ବୋଲି ସିଏସି ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ତେଣୁ ଜିଲ୍ଲାରେ ସିଏମସି ପକ୍ଷରୁ ସବୁ ସ୍ଥାନରେ କଡାକଡି ଭାବେ ଯାଞ୍ଚ କରାଯାଉଛି । ଏବଂ ଷ୍ଟେସନରେ ମଧ୍ୟ ସିଏମସି ପକ୍ଷରୁ କଡାଡି ଭାବେ ଯାଞ୍ଚ କରାଯାଇଛି ।
ଏହାଛଡା କଟକ ରେଳଷ୍ଟ୍ରେସନରେ ଯେଉଁମାନେ ଆସି ପହଞ୍ଚିବେ ସେମାନଙ୍କ ଆରଟିପିସିଆର ଟେଷ୍ଟ ରିପୋର୍ଟ ଦେଖାହେଉଛି । ୭୨ଘଣ୍ଟାପୂର୍ବରୁ ଯେଉଁମାନେଙ୍କର ଆରଟିପିସିଆର ନେଗଟିଭ ରିପୋର୍ଟ ଦେଖାଚାଲିଛି । ଯେଉଁମାନଙ୍କର ଆରଟିପିସିଆର ରିପୋର୍ଟ ନାହିଁ ସେମାନଙ୍କର ଉଭୟ ଆରଟିପିସିଆର ଓ ଆଣ୍ଟିଜେନ ଟେଷ୍ଟ କରାଯାଉଛି ।