ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ କରୋନର ଦ୍ୱିତୀୟ ଲହର ହୁ ହୁ ହୋଇ ବଢିଚାଲିଛି । ଏହାକୁ ଦୃଷ୍ଟିରେ ରଖି ମାଟ୍ରିକ ପରୀକ୍ଷା ବାତିଲ କରାଯାଇଛି । ଏନେଇ ସ୍କୁଲ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି ।
ପୂର୍ବରୁ ମେ ୩ ତାରିଖରେ ହେବାକୁ ଥିବା ମ୍ୟାଟ୍ରିକ ପରୀକ୍ଷାକୁ ସ୍ଥଗିତ କରାଯାଇଥିଲା । କିନ୍ତୁ ଏବେ ସଂକ୍ରମଣ ବୃଦ୍ଧିକୁ ନେଇ ପରୀକ୍ଷା ବାତିଲ କରିବାର ନିଷ୍ୱତି ନିଆଯାଇଛି ।