ରାଉଲକେଲା(ଏଟିଆର ବ୍ୟୁରୋ): ଚିନ୍ତାରେ ପକାଇଛି କରୋନା ସଂକ୍ରମଣ ବୃଦ୍ଧି ମାମଲା । ଏହାସହିତ ଲାଗତର ଭାବେ ଦିଲ୍ଲୀରେ ଅକ୍ସିଜେନ୍ ସଙ୍କଟ ଦେଖାଦେଇଛି । ଯାହାଫଳରେ ରୋଗୀଙ୍କ ଜୀବନ ଚାଲିଯାଉଛି । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିର୍ଦ୍ଦେଶକ୍ରମେ ଗୁରୁବାର ରାଉଲକେଲା ଷ୍ଟିଲ ପ୍ଲାଣ୍ଟରୁ ୨୩ ଟନର ଅକ୍ସିଜେନ ଦିଲ୍ଲୀକୁ ପଠାଯାଇଛି । ଶୁକ୍ରବାର ଆହୁରି ଅକ୍ସିଜେନ ମଧ୍ୟ ଦିଲ୍ଲୀକୁ ପଠାଯିବ ବୋଲି ଜଣାପଡିଛି ।
କରୋନା ଦ୍ୱିତୀୟ ଲହର ମଧ୍ୟରେ ଦେଶର ବିଭିନ୍ନ ସ୍ଥାନରେ ଅକ୍ସିଜେନ ଅଭାବ ଉପୁଜିଥିବା ବେଳେ ଦିଲ୍ଲୀରେ ଅକ୍ସିଜେନ ସଙ୍କଟକୁ ଦେଖି ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀକୁ ଅକ୍ସିଜେନ ଯୋଗାଇ ଦେବେ ବୋଲି ଘୋଷଣା କରିଥିଲେ । ଏଥିପାଇଁ ଓଡିଶା ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।