ଭୁବନେଶ୍ୱର (ଏଟିଆର ବ୍ୟୁରୋ): ପୁଣି ଥରେ ଦ୍ରୁତ ଗତିରେ ବ୍ୟାପୁଛି କରୋନା । ଏଭଳି ସ୍ଥିତିରେ ଶରୀର ପ୍ରତି ଧ୍ୟାନ ଦେବା ନିହାତି ଜରୁରୀ । ସଂକ୍ରମଣରୁ ରକ୍ଷା ପାଇବା ପାଇଁ କେବଳ ସ୍ୱଚ୍ଛ ରଖିବା ତାହା ନୁହେଁ ବରଂ ଖାଦ୍ୟପେୟରେ ମଧ୍ୟ ପରିବର୍ତ୍ତନ କରିବାକୁ ପଡିବ । ଯାହାଫଳରେ ଇମ୍ୟୁନିଟି ସିଷ୍ଟମ ମଜବୁତ ହେବ ଏବଂ ରୋଗରୁ ରକ୍ଷା ପାଇ ପାରିବେ । ସେହିପରି କିଛି ଜିନିଷ ପ୍ରତି ଧ୍ୟାନ ରଖିବା ଉଚିତ୍ କି ଏଭଳି ସ୍ଥିତିରେ ଆପଣଙ୍କୁ କଣ ଖାଇବା ଉଚିତ୍ ଏବଂ କେଉଁ ଖାଦ୍ୟଠୁ ଦୂରେଇ ରହିବା ଜରୁରୀ । କାରଣ ଖାଦ୍ୟପେୟର କିଛି ଅଭ୍ୟାସ ଇମ୍ୟୁନିଟି ସିଷ୍ଟମକୁ ଦୁର୍ବଳ କରିବାର କାରଣ ହୋଇପାରେ । ସେଥିପାଇଁ ଆପଣଙ୍କ କିଛି ଅଭ୍ୟାସ ଛାଡିବାକୁ ହେବ ।
ଅତ୍ୟଧିକ ଚା ଏବଂ କଫି ସେବନ ଶରୀର ପାଇଁ ହାନିକାରକ ହୋଇପାରେ । ଏହି ଅଭ୍ୟାସ ଆପଣଙ୍କ ଇମ୍ୟୁନିଟି ସିଷ୍ଟମକୁ ଦୁର୍ବଳ କରିପାରେ । ସେଥିପାଇଁ ନିଜକୁ ସଂକ୍ରମଣରୁ ରକ୍ଷା କରିବା ପାଇଁ ଏହି ଅଭ୍ୟାସକୁ ବଦଳାନ୍ତୁ ଏବଂ କମ ଚା ଏବଂ କଫି ସେବନ କରନ୍ତୁ ।
ଅନେକ ବ୍ୟକ୍ତି ସବୁଜ ପନିପରିବା ସେବନ କରିବା ପାଇଁ ପସନ୍ଦ କରିନଥାନ୍ତି । କିନ୍ତୁ ଏଭଳି ସ୍ଥିତିରେ ଖାଦ୍ୟରେ ସବୁଜ ପନିପରିବା ସାମିଲ କରନ୍ତୁ । କାରଣ ଏଥିରେ ଭିଟାମିନ ଏ, ସି ଏବଂ ଫୋଲେଟ ତତ୍ୱ ରହିଛି । ଯାହା ଆପଣଙ୍କ ଇମ୍ୟୁନିଟି ବଢାଇବାରେ ସହାୟକ ହୋଇପାରେ ।
ଏଭଳି ସ୍ଥିିତିରେ ଲୁଣ ସେବନ କମ କରିବା ଉଚିିତ୍ । କାରଣ ଏହାଦ୍ୱାରା ଉଚ୍ଚ ରାକ୍ତଚାପ ସମସ୍ୟା ଉପୁଜିପାରେ । ଗୋଟେଦିନରେ ଅଧିକାଂଶ ପାଞ୍ଚଗ୍ରାମ ଲୁଣ ସେବନ କରାଯାଇ ପାରିବ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି । ଯଦି ଆପଣ ନିୟମିତ ଖାଦ୍ୟରେ ଅଧିକ ଲୁଣ ସାମିଲ କରିବେ ତେବେ ଏହା ଆପଣଙ୍କ ଇମ୍ୟୁନ କଣିକାକୁ ଦୁର୍ବଳ କରିଦେବ । ଯାହାଫଳରେ ଶରୀରରେ ଭୂତାଣୁ ଆଶଙ୍କା ବଢିପାରେ ।
ଯଦି ଆପଣ ମିଠା ପ୍ରିୟ । ତେବେ ଏହି ଅଭ୍ୟାସକୁ ପରିବର୍ତ୍ତନ କରନ୍ତୁ । ଅତ୍ୟଧିକ ଚିନି ସେବନ ଶରୀର ପାଇଁ ହାନିକାରକ । ଏହାଦ୍ୱାରା ଶରୀରରେ ଜୀବାଣୁରୁ ରକ୍ଷା କରୁଥିବା ପ୍ରତିରକ୍ଷା କଣିକାର କ୍ଷମତା କମିକାବୁ ଲାଗେ । ସେଥିପାଇଁ ଅତ୍ୟଧିକ ଚିନି ସେବନ କରନ୍ତୁ ନାହିଁ ।