ଅନୁଗୁଳ(ଏଟିଆର ବ୍ୟୁରୋ): ଦେଶରେ କରୋନା କୋପା ବଢି ଚାଲିଛି । ଏହାରି ମଧ୍ୟରେ ଦେଶର କିଛି ରାଜ୍ୟରେ ଦେଖାଦେଇଛି ଅକ୍ସିଜେନ ଅଭାବ । ଏହାକୁ ଦୃଷ୍ଟିରେ ଅକ୍ସିଜେନ ଯୋଗାଇବା ପାଇଁ ସହାୟତାର ହାତ ବଢାଇଛି ଓଡିଶା । ଦିଲ୍ଲୀ, ବିଶାଖାପାଟଣା ଓ ପୁଣେକୁ ଶୁକ୍ରବାର ଦିନ ଓଡିଶାରୁ ଅକ୍ସିଜେନ ଟ୍ୟାଙ୍କର ପଠାଯାଇଥିଲା ।
ସେହିପରି ଶନିବାର ପୁଣି ଥରେ ହ୍ରାଇଦ୍ରାବାଦ ଓ ବିଶାଖପାଟଣାକୁ ଅକ୍ସିଜେନ ୨ ଟି ଅକ୍ସିଜେନ ବୋଝେଇ ସିଲିଣ୍ଡର ଗାଡି ପଠା ଯାଇଥିବାର ସୂଚନା ମିଳିଛି । ଏଥିରେ ପାଖାପାଖି ୪୪ ଟନ ଅକ୍ସିଜେନ ଯାଇଛି । ଅନୁଗୁଳ ଜିନ୍ଦଲରୁ ସକାଳ ସାଢେ ଆଠଟାରେ ଏହି ଦୁଇଟି ଅକ୍ସିଜେନ ବୋଝେଇ ଗାଡି ବାହାରିଥିବା ଜଣାଯାଇଛି ।