ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ପୁଣି ଭିଜିଲାନ୍ସ ଜାଲରେ ସରକାରୀ କର୍ମଚାରୀ । ଭଞ୍ଜନଗର ଡିଏଫଓ ବିଜୟ କେତନ ଆଚାର୍ଯ୍ୟଙ୍କ ଘରେ ଛାପା ମାରିଛି ଭିଜିଲାନ୍ସ ଟିମ । ଏକକାଳୀନ ୫ଟି ସ୍ଥାନରେ ରେଡ ହୋଇଛି । ଢ଼େରଦିନ ହେବ ବିଜୟଙ୍କ ନାଁରେ ଆୟବର୍ହିଭୁତ ସମ୍ପତ୍ତି ଠୁଳ ନେଇ ଅଭିଯୋଗ ହୋଇଥିଲା ।
ଅଭିଯୋଗକୁ ଆଧାର କରି ଅଚାନକ ଏହି ରେଡ କରିଛି ଭିଜିଲାନ୍ସ ଟିମ । ଚଢ଼ାଉରେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସହ ନଗଦ ଟଙ୍କା, ବ୍ୟାଙ୍କ ପାସବୁକ ଜବତ ହୋଇଛି । ଘୁମୁସର ଦକ୍ଷିଣ ବନଖଣ୍ଡ ଡିଏଫଓ ଅଛନ୍ତି ବିଜୟ କେତନ । ତାଙ୍କ ବାସଭବନ ସମେତ ସରକାରୀ କାର୍ଯର୍୍ୟାଳୟ ସମେତ କଟକ, ଭୁବନେଶ୍ୱର ଓ ପୁରୀରେ ଛାପା ମାରିଛି ଭିଜିଲାନ୍ସ ।