ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତରେ ତାଣ୍ଡବ ରହୁଛି ମହାମାରୀ କରୋନା । କରୋନାର ଦ୍ୱିତୀୟ ଲହର ଭାରତରେ ହାହାକାର ପରିସ୍ଥିତି ସୃଷ୍ଟି କରିଛି । ଭାରତକୁ ଏହି ସଙ୍କଟରୁ ମୁକ୍ତ କରିବା ପାଇଁ ଅନେକ ଦେଶ ଅଣ୍ଟା ଭିଡିଛନ୍ତି । ଭାରତକୁ ସହଯୋଗ କରିବା ପାଇଁ ଆଗକୁ ଆସିଛନ୍ତି ଅନେକ ଦେଶର ବଡ ବଡ ହସ୍ତୀ । ଏହି କ୍ରମରେ ଆମେରିକାର ଶୀର୍ଷ ୪୦ କମ୍ପାନୀର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ସହଯୋଗର ହାତ ବଢାଇବା ସହିତ ଏକତାର ଉଦାହରଣ ପାଲଟିଛନ୍ତି । ଏହି ୪୦ କମ୍ପାନୀର ସିଇଓ ଏକ ବୈଷୟିକ ଟାସ୍କ ଫୋର୍ସ ଗଠନ କରିଛନ୍ତି । ଯାହାଫଳରେ ସେ ଭାରତର ସହଯୋରେ ସମ୍ବଳ ସଂଗ୍ରହ କରିପାରିବେ ।
ଡେଲୋଇଟର ସିଇଓ ପୁନୀତ ରଞ୍ଜନ କହିଛନ୍ତି କି, ୟୁଏସ ଚ୍ୟାମ୍ବର୍ସ ଅଫ୍ କମର୍ସର ୟୁଏସ-ଇଣ୍ଡିଆ ବିଜନେସ କାଉଁସିଲ ଏବଂ ୟୁଏସ ଇଣ୍ଡିଆ ଷ୍ଟ୍ରାଟେଜିକ ଆଣ୍ଡ ପାର୍ଟନରସିପ ଫୋରମ ର ସୋମବାର ହୋଇଥିବା ବୈଠକରେ ଗଠିତ ହୋଇଥିବା ଟାସ୍କ ଫୋର୍ସ ଆଗମୀ କିଛି ସପ୍ତାହ ମଧ୍ୟରେ ଭାରତକୁ ୨୦ ହଜାର ଅକ୍ସିଜେନ ମେସିନ ପଠାଇବର ପ୍ରତିଶୃତି ଦେଇଛି । ମାହାମାରୀ ସମୟରେ ଏହି ବିଶ୍ୱସ୍ତରୀୟ ଟାସ୍କ ଫୋର୍ସ ଭାରତକୁ ଗୁରୁତ୍ୱପୂର୍ଣ୍ଣ ଚିକିତ୍ସା ସାମଗ୍ରୀ, ଟୀକା, ଅକ୍ସିଜେନ ଏବଂ ଅନ୍ୟାନ୍ୟ ଜୀବନ ରକ୍ଷକ ସାମଗ୍ରୀ ଯୋଗାଇବାରେ ସହାୟତା କରିବ ।