ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କରୋନା ପାଇଁ ଦେଶ ଏବେ କଠିନ ସ୍ଥିତି ଦେଇ ଗତି କରୁଛି । ଏହାକୁ ଦେଖି ଅନେକ ବଲିଉଡ ସେଲିବ୍ରିଟି ସାଧାରଣ ଜନତାଙ୍କୁ ସହାୟତା କରିବା ପାଇଁ ଆଗକୁ ଆସିଛନ୍ତି । ଏହି କ୍ରମରେ ବଲିଉଡର ଖିଲାଡୀ କୁମାର ଅର୍ଥାତ ଅକ୍ଷୟ କୁମାର ଲୋକଙ୍କ ନିକଟରେ ଅକ୍ସିଜେନ ପହଁଚାଇ ଜୀବନ ବଞ୍ଚାଇବାର ନିଷ୍ପତି ନେଇଛନ୍ତି ।
ଦେଶରେ ଅକ୍ସିଜେନ ଅଭାବକୁ ଦେଖି ଅକ୍ଷୟ କୁମାର ଏବଂ ତାଙ୍କ ପତ୍ନୀ ଟ୍ୱିଙ୍କିଲ ଖାଁ ଲୋକଙ୍କ ସାହାଯ୍ୟ କରିବା ପାଇଁ ୧୦୦ ଅକ୍ସିଜେନ କନସେନଟ୍ରେଟର ଦାନ କରିବାର ନିଷ୍ପତି ନେଇଛନ୍ତି । ଏଥିପାଇଁ ସେ ଏକ ପଞ୍ଜିକୃତ ଏନଜିଓ ସନ୍ଧାନରେ ଅଛନ୍ତି ।
ଏନେଇ ଟ୍ୱିଙ୍କିଲ ତାଙ୍କ ଟ୍ୱିଟରେ ଲେଖିଛନ୍ତି କି, ଦୟାକରି ମୋତେ ବିଶ୍ୱସନୀୟ ଏବଂ ପଞ୍ଜିକୃତ ଏନଜିଓ ଗୁଡିକ ବିଷୟରେ ସୂଚନା ଦିଅନ୍ତୁ । ଯେଉଁଠି ୧୦୦ ଅକ୍ସିଜେନ କନସେଟ୍ରେଟର ବାଣ୍ଟିବାରେ ସହାୟତା ମିଳିବ । ସେ ଅହୁରୀ ମଧ୍ୟ ଲେଖିଛନ୍ତି କି , ଏହି ସମସ୍ତ କନସେନଟ୍ରେଟ ତାଙ୍କ ନିକଟରେ ସିଧା ୟୁକେରୁ ପହଁଚିବ ।
ସେହିପରି ଏହାପୂର୍ବରୁ କରୋନା ରୋଗୀଙ୍କ ସାହାଯ୍ୟ କରିବା ପାଇଁ ଅକ୍ଷୟ କୁମାର ଏକ କୋଟି ଟଙ୍କା ଗୌତମ ଗମ୍ଭୀର ଫାଉଣ୍ଡେସନକୁ ଦାନ କରିଥିଲେ ।