ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଚାରିଧାମ ଯାତ୍ରା ସ୍ଥଗିତ କରିବା ପାଇଁ ଘୋଷଣା କରିଛନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତିରଥ ସିଂ ରାୱତ । କେବଳ ଧାମର ଦ୍ୱାର ଖୋଲା ଯାଇ ପୂଜା ରୀତି ନୀତି କରାଯିବ । ତିରଥ ସିଂ କହିଛନ୍ତି କି, କରୋନା ସ୍ଥିତିରେ ଯାତ୍ରା ସମ୍ଭବ ନୁହେଁ ।
ଆଗାମୀ ମେ ୧୪ ରୁ ଯମୁନ୍ତ୍ରୀ ମନ୍ଦିରର ଦ୍ୱାର ଖୋଲାଯିବା ସହ ଚାରିଧାମର ଯାତ୍ରା ଆରମ୍ଭ ହେବାକୁ ଥିଲା । କିନୁ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏବେ ଯାତ୍ରାରେ ରୋକ ଲଗାଯାଇଛି । ଗତବର୍ଷ ମଧ୍ୟ ମହାମାରୀ କରୋନା ପାଇଁ ଉତ୍ତରାଖଣ୍ଡ ସରକାର ଚାରିଧାମ ଯାତ୍ରାକୁ ମେ ମାସରେ ବନ୍ଦ କରିଦେଇଥିଲେ । ଏହାପରେ ଜୁଲାଇ ୧ ରୁ ଶ୍ରଦ୍ଧାଳୁଙ୍କ ପାଇଁ ଯାତ୍ରା ଆରମ୍ଭ ହୋଇଥିଲା । କିଛି ଗାଇଡଲାଇନ ଅନୁଯାୟୀ ଜୁଲାଇ ଶେଷ ସପ୍ତାହ ବେଳକୁ ଶ୍ରଦ୍ଧାଳୁଙ୍କୁ ଚାରି ଧାମ ଯାତ୍ରା ପାଇଁ ଅନୁମତି ଦେଇଥିଲେ ସରକାର ।