ପୁରୀ,(ଏଟିଆର ବ୍ୟୁରୋ): ମନ୍ଦିର ଭିତରୁ ଚୋରୀ । ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସୁରକ୍ଷା କର୍ମୀ ଥିବା ସତ୍ତେ୍ୱ ବି ଏହି ଲୁଟପାଟ ହୋଇଛି । ଯାହାକୁ ନେଇ ଉଠିଛି ପ୍ରଶ୍ନ ।
ଏଭଳି ଘଟଣା ଘଟିଛି ପୁରୀ ଜିଲ୍ଲା ଗୋବର୍ଦ୍ଧନ ପୀଠରେ ଥିବା ବିମଳା ମନ୍ଦିରରେ । ତାଲା ଭାଙ୍ଗି ଦୁର୍ବୃତ୍ତମାନେ କଳାକନା ବୁଲାଇଛନ୍ତି । ସିବିଚ ପୁଲିସ ପହଞ୍ଚି ଘଟଣାର ଖୋଳତାଡ କରୁଛି । ମନ୍ଦିର ପଛପଟୁ ଭଙ୍ଗାହୁଣ୍ଡିକୁ ଠାବ କରାଯାଇଛି । ରିପୋର୍ଟ ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି । କେତେକ ଦୁର୍ବୃତ୍ତ ମନ୍ଦିର ଭିତରେ ପଶି ତାଲା ଭାଙ୍ଗିବା ସହ ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ହରିଲୁଟ କରିଛନ୍ତି ।