ଭୁବନେଶ୍ୱର (ଏଟିଆର ବ୍ୟୁରୋ): କରୋନା ସଙ୍କଟ ମଧ୍ୟରେ ରାଜ୍ୟ ସରକାରଙ୍କ ବଡ ନିଷ୍ପତି । କରୋନା ସମ୍ମୁଖ ଯୋଦ୍ଧା ଭାବେ ସାମ୍ବାଦିକଙ୍କୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯଦି କରୋନାରେ କୌଣସି ସାମ୍ବାଦିକଙ୍କ ଦେହାନ୍ତ ହୁଏ ତେବେ ତାଙ୍କୁ ଅନୁକମ୍ପା ରାଶି ଭାବେ ୧୫ ଲକ୍ଷ ଟଙ୍କା ମିଳିବ । ଏହାଦ୍ୱାରା ୬,୯୪୪ କାର୍ଯ୍ୟରତ ସାମ୍ବାଦିକ ଉପକୃତ ହେବେ ।
ସାମ୍ବାଦିକମାନଙ୍କୁ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ କହିଛନ୍ତି କି, ରାଜ୍ୟକୁ ଅହରହ ସେବା ଯୋଗାଉଛନ୍ତି ସାମ୍ବାଦିକ । କରୋନାରେ କାଳରେ ସାମ୍ବାଦିକମାନେ ରାଜ୍ୟବାସୀଙ୍କ ନିକଟରେ କରୋନା ସମ୍ପର୍କିତ ଖବର ପହଁଚାଉଛନ୍ତି । ଏଭଳି ସମୟରେ ସେମାନଙ୍କର ଯଥେଷ୍ଟ ଅବଦାନ ରହିଛି ।
ଏହାସହିତ ସବୁ କାର୍ୟ୍ୟରତ ସମ୍ବାଦିକ ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟବିମା ଯୋଜନାରେ ଅର୍ନ୍ତଭୁକ୍ତ ହେବେ । ସେମାନେ ଏଥିରେ ୨ଲକ୍ଷ ପର୍ୟ୍ୟନ୍ତ ସ୍ୱାସ୍ଥ୍ୟବିମା ପରିସରଭୁକ୍ତ ହେବେ ।