ଅନୁଗୁଳ(ଏଟିଆର ବ୍ୟୁରୋ): ଆଜି ପୁଣି ଥରେ ବନ୍ଦ ହୋଇଛି ତାଳଚେର ଥର୍ମାଲ ପାୱାର ଷ୍ଟେସନ । ନିର୍ଦ୍ଧାରିତ ତାରିଖ ଅନୁସାରେ ୩୧ ତାରିଖରୁ ତାପଜ ବିଦ୍ୟୁତ କେନ୍ଦ୍ରର ୟୁନିଟ ବିଧିବଦ୍ଧ ଭାବେ ବନ୍ଦ କରାଯିବ ବୋଲି କମ୍ପାନୀ ନିଷ୍ପତ୍ତିନେଇଛି । ଏନେଇ ଏନଟିପିସି ସେକ୍ରେଟାରୀ ନନ୍ଦିନୀ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଏବଂ ଟିଟିପିଏସକ କତ୍ତୃପକ୍ଷଙ୍କୁ ଚିଠି ଲେଖି ଜଣାଇନ୍ତି ।
ଗୋଟିଏ ପଟେ କାରଖାନା ବନ୍ଦ ହେବାକୁ ଯାଉଥିବା ବେଳେ ଅନ୍ୟପଟେ ଲୋକେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ କ୍ଷୁବ୍ଧ ହୋଇଛନ୍ତି।ଆଜି ସକାଳୁ ପ୍ଲାଣ୍ଟରସମସ୍ତ ୟୁନିଟ ବନ୍ଦ କରାଯିବା ସହ ୬ ଟି ଯାକ ୟୁନିଟରୁ ବିଦ୍ୟୁତ ଉତ୍ପାଦନ ଠପ୍ ହୋଇଯାଇଛି ।
ମାର୍ଚ୍ଚ ୨୨ତାରିଖରେ ମୁଖ୍ୟମନ୍ତ୍ରୀ ଏ ନେଇ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଥିଲେ। ମାର୍ଚ୍ଚ ୨୫ ତାରିଖ ଦିନ ଅନୁରୂପ ଭାବେ କେନ୍ଦ୍ର ମନ୍ତ୍ରୀ ତଥା ଧର୍ମେନ୍ଦ୍ର ପ୍ରଧାନ ବି ଚିଠି ଲେଖି ତାଳଚେର ବାସୀଙ୍କୁ ଆଶ୍ୱାସନା ଦେଇଥିଲେ। କାରଖାନା ବନ୍ଦ ହେବ ନାହିଁ, ଏହାର ତୃତୀୟ ସମ୍ପ୍ରସାରଣ କାମ ଚାଲିବ। ଧର୍ମେନ୍ଦ୍ର ଙ୍କ ଚିଠିର କେଇ ଘଣ୍ଟା ଭିତରେ କାରଖାନା ପୁଣି ଚାଲିଥିଲା।
ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ କ୍ଲିୟରାନ୍ସ କମିଟି ଷ୍ଟେଜ୍-୩ ପ୍ରକଳ୍ପ ସ୍ଥାପନ କରିବାକୁ ଅନୁମୋଦନ ଦେଇସାରିଥିବାରୁ ତୁରନ୍ତ ଉକ୍ତ କାର୍ୟ୍ୟ ଆରମ୍ଭ ନିମନ୍ତେ କେନ୍ଦ୍ର ଶକ୍ତି ରାଷ୍ଟ୍ରମନ୍ତ୍ରୀ ଆର.କେ. ସିଂଙ୍କୁ ମୁଖ୍ୟମନ୍ତ୍ରୀ ଗତ ୨୪ ତାରିଖରେ ଚିଠି ଲେଖିଥିଲେ । ଏହା ସତ୍ୱେ କେନ୍ଦ୍ର ସରକାର ନା ପରିବେଶ ମଞ୍ଜୁରୀ ଦେଇଛନ୍ତି ନା ପ୍ଲାଣ୍ଟର ସମ୍ପ୍ରସାରଣ ଏବଂ ନବୀକରଣ କରାଇଛନ୍ତି । ଯାହା ଫଳରେ କମ୍ପାନୀ କର୍ତ୍ତୃପକ୍ଷ ଆଜି ପ୍ଲାଣ୍ଟକୁ ବନ୍ଦ କରି ଦେଇଥିବା ଜଣା ପଡ଼ିଛି ।