ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କରୋନା ତାର କାୟା ମେଲାଉ ଥିବା ବେଳେ ଏବେ ଆଇପିଏଲରେ ପଶିଛି କରୋନା । କୋଲକାତା ନାଇଟ ରାଇଡର୍ସର ଦୁଇ ଜଣ ଖେଳାଳୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସଂକ୍ରମିତ ଖେଳାଳୀ ଦ୍ୱୟ ହେଉଛନ୍ତି ବରୁଣ ଚକ୍ରବବର୍ତ୍ତୀ ଏବଂ ସନ୍ଦୀପ ୱାରିୟର । ଏନେଇ ତୁରନ୍ତ ପଦକ୍ଷେପ ଗ୍ରହଣ କରିଛି ଟିମ୍ ମ୍ୟାନେଜମେଣ୍ଟ ଏବଂ ଆୟୋଜକ କମିଟି ।
ସେପଟେ ପଜିଟିଭ ଚିହ୍ନଟ ହେବା ପରେ ଆଜି ହେବାକୁ ଥିବା କୋଲକାତା ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମ୍ୟାଚକୁ ବାତିଲ କରାଯାଇଛି । ପଜିଟିଭ ଚିହ୍ନଟ ହୋଇଥିବା ଦୁଇ ଖେଳାଳୀଙ୍କୁ ଏବେ ଆଇସୋଲେସନରେ ରଖାଯାଇଛି ।