ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କରୋନାରୁ ରକ୍ଷା ପାଇବା ପାଇଁ ଏବେ ଟୀକା ଅସ୍ତ୍ର ହୋଇଥିବା ବେଳେ ଲଗାତର ଭାବେ ରାଜ୍ୟରେ ଟୀକାର ଅଭାବ ଦେଖାଦେଉଛି । ଯେଉଁଥିପାଇଁ ପ୍ରତ୍ୟେକ ଟୀକାକରଣ କେନ୍ଦ୍ରରେ ଟୀକାକରଣ ହୋଇ ପାରୁ ନାହିଁ । ସେହିଅନୁଯାୟୀ ଆଜି ୯ଟି ଜିଲ୍ଲାରେ ଟୀକାକରଣ ବନ୍ଦ । ସେହି ଜିଲ୍ଲା ଗୁଡିକ ହେଉଛି ବରଗଡ, ବଲାଙ୍ଗୀର, ବୌଦ୍ଧ, ଗଜପତି, ଝାରସୁଗୁଡା, କେନ୍ଦୁଝର, କୋରାପୁଟ, ନବରଙ୍ଗପୁର ଏବଂ ସୁବର୍ଣ୍ଣପୁର । ପର୍ଯ୍ୟାପ୍ତ ପରିମାଣର ଟୀକା ନଥିବା ଯୋଗୁଁ ଆଜି ଏହି ଜିଲ୍ଲା ଗୁଡିକରେ ଟୀକାକରଣ ବନ୍ଦ ରହିଛି ।
ବର୍ତ୍ତମାନ ରାଜ୍ୟରେ ୧ ଲକ୍ଷ ୪ ହଜାର ୭୦ ଟଇ କୋଭିସିଲ୍ଡ ଟୀକାରର ଡୋଜ ରହିଥିବା ବେଳେ ୩ ଲକ୍ଷ ୧୮୦ ଟି କୋଭାକ୍ସିନ ଟୀକାର ଡୋଜ ରହିଛି ।