କଟକ,(ଏଟିଆର ବ୍ୟୁରୋ): କଟକ ବଡ଼ ମେଡିକାଲରେ ଅଗ୍ନିକାଣ୍ଡ । ଆଜି ଭୋର ସମୟରେ ଏଭଳି ଅଘଟଣ ଘଟିଛି । ଅଗ୍ନିକାଣ୍ଡର କାରଣ ଜଣାପଡିନାହିଁ । ତେବେ ଘଡ଼ଘଡ଼ି ମାରିବା ଯୋଗୁଁ ସଟସର୍କିଟ ହୋଇ ନିଆଁ ଲାଗିଥିବା କୁହାଯାଉଛି ।
ଘଟଣାରେ ହସପିଟାଲରେ ଲାଗିଥିବା ଏସି ଜଳିଯିବା ସହ ଅକ୍ସିଜେନ ପାଇପ ଲିକ ହୋଇଥିବା ସୂଚନା ମିଳିଛି । ଖବର ପାଇ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ସେପଟେ ଅଚାନକ ଏସିରୁ ଧୂଆଁ ବାହାରୁଥିବା ଦେଖିବା ପରେ ଭୟଭିତ ହୋଇପଡିଥିଲେ ସେଠାରେ ଚିକିତ୍ସାଧିନ ରୋଗୀ ଓ ତାଙ୍କ ସମ୍ପର୍କୀୟ ।