ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପଶ୍ଚିମବଙ୍ଗର କୋଲକାତା ସ୍ଥିତ ରାଜଭବନରେ ଆଜି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି ସରକାରଙ୍କ କ୍ୟାବିନେଟରେ ଶପଥ ଗ୍ରହଣ କରାଯାଇଛି । ଏଥିରେ ମୋଟ ୪୩ ଜଣ ମନ୍ତ୍ରୀ ଯୋଗ ଦେଇଥିବା ବେଳେ କିଛି ବିଧାୟକ ଭର୍ଚୁଆଲି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।
ତୃତୀୟ ଥର ପାଇଁ ପଶ୍ଚିମବଙ୍ଗରେ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ମମତା ବାନାର୍ଜି । ସେ ଶପଥ ଗ୍ରହଣ କରିବା ସହିତ ତାଙ୍କ କାର୍ଯ୍ୟଭାର ମଧ୍ୟ ସମ୍ଭାଳିବା ଆରମ୍ଭ କରି ଦେଇଛନ୍ତି । କିନ୍ତୁ ତାଙ୍କ ମନ୍ତ୍ରୀମଣ୍ଡଳ ଆଜି ଶପଥ ଗ୍ରହଣ କରିଛି ।
ରାଜଭନରେ ରାଜ୍ୟପାଳ ଜଗଦୀପ ଧନଖଡ ସମସ୍ତ କ୍ୟାବିନେଟ୍ ମନ୍ତ୍ରୀଙ୍କୁ ତାଙ୍କ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ସେହିପରି ତିନି ଜଣ ମନ୍ତ୍ରୀ ଭିଡିଓ କନଫରେନସିଙ୍ଗ ଜରିଆରେ ଶପଥ ଗ୍ରହଣ କରିଛନ୍ତି ।