ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜିଠୁ ଆରମ୍ଭ ହୋଇଛି ସ୍ପେଶାଲ ଓଜେଇଇ ର ଆବେଦନ ପତ୍ର । ଆସନ୍ତା ୨୨ ଜୁଲାଇରେ ହେବାକୁ ଥିବା ସ୍ପେଶାଲ ଓଜେଇଇ ନିମେନ୍ତ ବିଟେକ୍, ଏମବିଏ ଏବଂ ଏମସିଏ ଛାତ୍ରଛାତ୍ରୀ ଅନଲାଇନ୍ ମାଧ୍ୟମରେ ଆବେଦନ କରିପାରିବେ । ସେଥିପାଇଁ ନିର୍ଦ୍ଧାରିତ ସମୟସୀମା ରହିଛି । ଏହି ଆବେଦନର ତାରିଖ ଆଜିଠୁ ଆରମ୍ଭ ହୋଇ ଜୁଲାଇ ୧୩ରେ ଶେଷ ହେବ ।
ଛାତ୍ରଛାତ୍ରୀମାନେ ଏହି ସ୍ପେଶାଲ ପରୀକ୍ଷା ନିମନ୍ତେ ଜୁଲାଇ ୧୮ରେ ଅନଲାଇନ ମାଧ୍ୟମରେ ସେମାନଙ୍କର ଆଡମିଟ୍ କାର୍ଡ ଡାଉନ୍ଲୋଡ କରିପାରିବେ । ଜୁଲାଇ ୨୨ରେ ପରୀକ୍ଷା ଦେଇ ଜୁଲାଇ ୨୫ରେ ସେମାନଙ୍କର ଫଳାଫଳ ବିଷୟରେ ଜାଣିପାରିବେ । ଏବଂ ଜୁଲାଇ ୨୭ ଓ ୨୯ ତାରିଖ ଭିତରେ କଲେଜରେ ନାମଲେଖାଇବେ ।
ଗତ ୨୦୧୭ ମସିହାରୁ ଓଡିଶାର ବିଭିନ୍ନ କଲେଜରେ ସର୍ବମୋଟ ୪୦ ହଜାର ସିଟ୍ ରୁ ୨୫ ହଜାର ସିଟ୍ ଖାଲି ଥିବାରୁ ଏନେଇ ଘରୋଇ ଇଂଜିନିୟରିଂ କଲେଜ ସଂଘ ପକ୍ଷରୁ ରାଜ୍ୟ ସରକାରକୁ ଚିଠି ଲେଖା ଯାଇଥିଲା । ଏହାକୁ ନଜରରେ ରଖି ରାଜ୍ୟ ସରକାର ଚଳିତବର୍ଷଠାରୁ ସ୍ପେଶାଲ ଓଜେଇଇ କରିବା ନିମନ୍ତେ ନିଷ୍ପତି ନେଇଛନ୍ତି । ଯାହାଫଳରେ ରାଜ୍ୟରେ ଖାଲି ପହଇଥିବା ଇଂଜିନିୟରିଂ ସିଟ୍ ପୂରଣ ହୋଇପାରିବ ।