ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଛଅମାସ ଶୀତକାଳୀନ ଅବସର ପରେ କରୋନା କାଳ ମଧ୍ୟରେ ଆଜି ସକାଳ ୫ଟାରୁ ଉତ୍ତରାଖଣ୍ଡର ପ୍ରସିଦ୍ଧ କେଦାରନାଥ ମନ୍ଦିର ଦ୍ୱାର ଖୋଲିଛି । କିନ୍ତୁ କରୋନା ପାଇଁ ବିନା ଭକ୍ତରେ ଖୋଲିଛି ମନ୍ଦିର । ଏହାସହିତ ମନ୍ଦିରକୁ ୧୧ କ୍ୱିଣ୍ଟାଲ ଫୁଲରେ ସଜା ଯାଇଛି ।
ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ତୀରଥ ସିଂ ରାୱତ କହିଛନ୍ତି କି, ବିଶ୍ୱପ୍ରସିଦ୍ଧ ୧୧ତମ ଜ୍ୟୋର୍ତିଲିଙ୍ଗ ଭଗବାନ କେଦାରନାଥ ଧାମର ଦ୍ୱାର ସୋମବାର ସକାଳ ୫ଟାରେ ବିଧିବିଧାନ ସହ ପୂଜାର୍ଚ୍ଚନା କରି ଖୋଲାଯାଇଛି । ମେଷ ଲଗ୍ନର ଶୁଭ ମୁହୂର୍ତ୍ତର ମନ୍ଦିରର ଦ୍ୱାର ଖୋଲାଯାଇଛି । ସମସ୍ତଙ୍କୁ ସୁସ୍ଥ ରଖିବା ପାଇଁ ମୁଁ ବାବା କେଦାରନାଥଙ୍କୁ ପ୍ରର୍ଥନା କରୁଛି ।
ସେହିପରି ଆସନ୍ତାକାଲି ଅର୍ଥାତ ମେ ୧୮ ରେ ଖୋଲିବ ବଦ୍ରିନାଥ ଧାମର ଦ୍ୱାର । କରୋନା ପାଇଁ ଶ୍ରଦ୍ଧାଳୁଙ୍କ ଦର୍ଶନ ବାରଣ ରହିଛି ।