ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦେଶକୁ କରୋନା ସଂକ୍ରମଣରୁ ରକ୍ଷା କରିବାକୁ ହେଲେ ଅଧିକରୁ ଅଧିକ ଟୀକକରଣ କରିବା ଉଚିତ୍ । କିନ୍ତୁ ପ୍ରତ୍ୟେକ ଦିନ ଦେଶର ବିଭିନ୍ନ ରାଜ୍ୟରେ ଟୀକା ଅଭାବ ଥିବା ଅଭିଯୋଗ ଆସୁଛି । ଯେଉଁଥିପାଇଁ କେନ୍ଦ୍ରକୁ ଆଲୋଚନାର ସାମ୍ନା କରିବାକୁ ପଡୁଛି ।
ଏଭଳି ପରିସ୍ଥିତିରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ମଙ୍ଗଳବାର ଦିନ ବିଶ୍ୱବିଦ୍ୟାଳୟର କୁଳପତିଙ୍କ ସହ ଭିଡିଓ କନଫରେନ୍ସିଂ କରି କରୋନା ଟିକା ଉପଲବ୍ଧତା ବୃଦ୍ଧି ପାଇଁ ଉତ୍ପାଦନ ପାଇଁ ଆଉ କିଛି ଔଷଧ କମ୍ପାନୀକୁ ଅନୁମୋଦନ କରାଯିବା ଉଚିତ ବୋଲି ମତ ଦେଇଛନ୍ତି।
ଗଡକରୀ କହିଛନ୍ତି କି, ଯଦି ଟୀକାକରଣର ଚାହିଦା ବଢୁଛି ତେବେ ଟିକା ତିଆରି ପାଇଁ ଲାଇସେନ୍ସ ଗୋଟିଏ କମ୍ପାନୀ ବଦଳରେ ୧୦ ଟି କମ୍ପାନୀକୁ ଦିଆଯିବା ଉଚିତ୍ । ପ୍ରଥମେ ଏହି କମ୍ପାନୀଗୁଡିକ ଭାରତରେ ନିଜେ ଯୋଗାଣ କରନ୍ତୁ ଏବଂ ପରେ ଯଦି ଏହା ଅଧିକ ହୁଏ ତାହାଲେ ବାହାରକୁ ରପ୍ତାନୀ କରିପାରିବେ ।