ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ସାରା ଦେଶ ଏବେ କରୋନା ମହାମାରି ସହ ଲଢେଇ କରୁଛି । ଏହି ମାରାତ୍ମକ ସଂକ୍ରମଣରୁ ନିଜକୁ ରକ୍ଷା କରିବା ପାଇଁ ଲୋକେ ବାରମ୍ବାର ହାତ ଧୋଇବା ସହିତ ସାନିଟାଇଜର ବ୍ୟବହାର କରୁଛନ୍ତି । ଏହାରି ମଧ୍ୟରେ ସାନିଟାଇଜରକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ଚେତାବନୀ ଦିଆଯାଇଛି । ମନ୍ତ୍ରାଳୟ ପକ୍ଷରୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି କି ହ୍ୟାଣ୍ଡ ସାନିଟାଇଜରକୁ ଅଧିକ ମାତ୍ରାରେ ବ୍ୟବହାର କରନ୍ତୁ ନାହିଁ । ଏହାକୁ ଅଧିକ ମାତ୍ରାରେ ବ୍ୟବହାର କରିବା ହାନିକାରକ ହୋଇପାରେ ।
ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଅତିରିକ୍ତ ମହାନିର୍ଦ୍ଦେଶକ ଡା ଆରକେ ବର୍ମା କହିଛନ୍ତି କି, ଏହା ବହୁତ କଠିନ ସମୟ, କେହି ବି ଭାବିନଥିଲେ କି ଭାଇରସର ଏଭଳି ପ୍ରକୋପ ହେବ । ନିଜକୁ ବଞ୍ଚାଇବା ପାଇଁ ମାସ୍କ ବ୍ୟବହାର କରନ୍ତୁ, ବାରମ୍ବାର ଗରମ ପାଣି ପିଅନ୍ତୁ, ହାତ ଧୁଅନ୍ତୁ ଏବଂ ସାନିଟାଇଜରର ଦୁରୂପଯୋଗ କରନ୍ତୁ ନାହିଁ ।
ସ୍ୱାସ୍ଥ୍ୟ ବିଶେଷଜ୍ଞ ପୂର୍ବରୁ ଚେତାବନୀ ଦେଇଥିଲେ କି, ଅଧିକ ମାତ୍ରାରେ ସାନିଟାଇଜର ବ୍ୟବହାର ତ୍ୱଚାକୁ ସୁସ୍ଥ ରଖୁଥିବା ଜୀବାଣୁକ ମାରିପାରେ । ବିଶେଷଜ୍ଞଙ୍କ ମତରେ ଯେତେବେଳେ ସାବୁନ ଏବଂ ପାଣି ଉପଲବ୍ଧ ଥିବେ ସେତେବେଳେ ସାନିଟାଇଜର ବଦଳରେ ସାବୁନ ଏବଂ ପାଣିର ବ୍ୟବହାର କରିବା ଉଚିତ୍ ।