ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ବର୍ତ୍ତମାନ ପ୍ରାୟ ସବୁ କ୍ଷେତ୍ରରେ ନିୟମ ପରିବର୍ତ୍ତନ ହେଉଛି । ବ୍ୟାଙ୍କ୍ ଗୁଡିକ ମଧ୍ୟ ତାଙ୍କର ନିୟମକୁ ପରିବର୍ତ୍ତନ କରୁଛନ୍ତି । ଯାହା ଦ୍ୱାରା ଗ୍ରାହକମାନେ ଲାଭବାନ ହୋଇ ପାରିବେ । ତେଣୁ ଦେଶର ସବୁଠାରୁ ବଡ ସରକାରୀ ବ୍ୟାଙ୍କ୍ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ନିଜ ୪୫ କୋଟି ଗ୍ରାହକଙ୍କୁ ଏକ ବଡ ଉପହାର ପ୍ରଦାନ କରିଛି। ଏସବିଆଇ, ମେଟ୍ରୋ ଓ ଗ୍ରାମାଞ୍ଚଳରେ ମିନିମମ୍ ବାଲାନ୍ସର ଲିମିଟ୍ ହ୍ରାସ କରିଦେଇଛି । ଏବେ ମେଟ୍ରୋ ଓ ଅର୍ବାନ୍ ସହର ପାଇଁ ସର୍ବନିମ୍ନ ବାଲାନ୍ସ ୩୦୦୦ ଟଙ୍କା ଓ ଗ୍ରାମାଞ୍ଚଳ ପାଇଁ ୧୦୦୦ ଟଙ୍କା କରିଦିଆଯାଇଛି । ଏପରିକି ମିନିମମ୍ ବାଲାନ୍ସ ନରଖିଲେ ଲାଗୁଥିବା ଚାର୍ଜର ପରିମାଣ ମଧ୍ୟ କମ୍ କରିଦିଆଯାଇଛି ।
ଏସବିଆଇର ଏହି ନୂଆ ନିୟମ ପ୍ରାୟ ୪୫ କୋଟି ଗ୍ରାହକଙ୍କୁ ଆଶ୍ୱସ୍ତି ପ୍ରଦାନ କରିଛି ।ଆକାଉଣ୍ଟରେ ସର୍ବନିମ୍ନ ବାଲାନ୍ସ ନରଖିଲେ ୫ରୁ ୧୫ ଟଙ୍କା ଚାର୍ଜ୍ ଓ ଏହା ବାଦ୍ ଜିଏସଟି ଅଲଗା ଲାଗିଥାଏ । ଏସବିଆଇ ଏପ୍ରିଲ ୨୦୧୭ରେ ସର୍ବନିମ୍ନ ବାଲାନ୍ସ ଚାର୍ଜ ଲାଗୁ କରିଥିଲା । ଦିଲ୍ଲୀ, ମୁମ୍ବାଇ, କୋଲକାତା ଓ ଚେନ୍ନାଇ ଭଳି ମେଟ୍ରୋ ସିଟିରେ ୫୦ ପ୍ରତିଶତ ହ୍ରାସ ପାଇଲେ ଜିଏସଟି ବାଦ୍ ଆଉ ୧୦ ଟଙ୍କା ଲାଗିବ । ଏଥିରେ ଯଦି ୫୦-୭୫ ପ୍ରତିଶତ ହ୍ରାସ ପାଏ ତେବେ ଜିଏସଟି ବାଦ୍ ୧୨ ଟଙ୍କା ଚାର୍ଜ ଲାଗିବ । ଯଦି ଖାତାଧାରକଙ୍କ ମିନିମମ୍ ବାଲାନ୍ସ ୭୫ ପ୍ରତିଶତରୁ ଅଧିକ ହ୍ରାସ ପାଏ ତେବେ ଜିଏସଟି ବାଦ୍ ଆଉ ୧୫ ଟଙ୍କା ଲାଗିବ ।
ଏହାବ୍ୟତୀତ ବ୍ୟାଙ୍କ ଅକ୍ଚୋବର ୧ରୁ ଟ୍ୟାକ୍ସ କଲେକ୍ଟେଡ୍ ଆର୍ଟ ସୋର୍ସ ମଧ୍ୟ ଲାଗୁ କରିଛି । ତେବେ ଏଥିରେ ଶିକ୍ଷା ଋଣକୁ ସାମିଲ କରାଯାଇ ନାହିଁ । ବିଦେଶ ଭ୍ରମଣ ଲକ୍ଷ୍ୟରେ ପଠାଯାଇଥିବା ଟଙ୍କା ଉପରେ ଟିସିଏସ ଲାଗିବ । ଏହି ଅର୍ଥ ଯଦି ୭ ଲକ୍ଷରୁ କମ୍ ହେବ ତେବେ ଟିସିଏସ ଲାଗୁ ହେବ ନାହିଁ । ଏହା ବ୍ୟାଙ୍କର ଉପଭୋକ୍ତାଙ୍କ ପାଇଁ ଏକ ଭଲ ଯୋଜନା ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024