ମୁମ୍ବାଇ(ଏଟିଆର ବ୍ୟୁରୋ):ବଲିଉଡରେ ଡ୍ରଗ୍ସ ମାମଲା ଉଠିବା ପରଠାରୁ ପ୍ରାୟ ବଡ ବଡ କଳାକାର ଏଥିରେ ସାମିଲ ରହିଥିବାର ଜଣା ପଡିଛି । ଯାହା ପାଇଁ ଦୀପିକା ପାଦୁକୋନଙ୍କୁ ମଧ୍ୟ ଏହାର ସାମ୍ନା କରିବାକୁ ପଡିଥିଲା , ତାଙ୍କୁ ଏନସିବିର ଦ୍ୱାରସ୍ତ ହେବାକୁ ପଡିଥିଲା । ତେବେ ଡ୍ରଗ୍ସ ମାମଲାରେ ଫସିଥିବା ଦୀପିକା ପାଦୁକୋନ୍ ପୁଣି ଥରେ ଫିଲ୍ମ ସୁଟିଂ ପାଇଁ ପ୍ରସ୍ତୁତ ହୋଇଛନ୍ତି। ସୂଚନା ଅନୁସାେ ସେ କିଛି ଦିନରୁ ମୁମ୍ବାଇରେ ହିଁ ଅଛନ୍ତି। ଏବେ ପୁଣି ଥରେ ଗୋଆ ଅଭିମୁଖେ ବାହାରିବେ। କାରଣ ସେ ତାଙ୍କର ଏକ ଫିଲ୍ମ ପ୍ରୋଜେକ୍ଟକୁ ଅଧା ଛାଡ଼ି ଏନସିବି ଜେରା ପାଇଁ ମୁମ୍ବାଇ ଆସିଥିଲେ। ଏବେ ପୁଣି ସେହି ପ୍ରୋଜେକ୍ଟ କାମରେ ଗୋଆ ଫେରିବେ। ତେବେ ଏନିସିବି ବଲିଉଡ୍ ଡ୍ରଗ୍ସ ଲିଙ୍କରେ ଦୀପିକାଙ୍କୁ ସମନ୍ ପଠାଇ ଥିଲା। ସମନ୍ ପାଇବା ପରେ ସେ ଗୋଆରୁ ମୁମ୍ବାଇ ଅଭିମୁଖେ ଆସିଥିଲେ। ଏହା ପରେ ତାଙ୍କୁ ଏନସିବି ଅଫିସରେ ସାଢ଼େ ପାଞ୍ଚ ଘଣ୍ଟା ଜେରା କରାଯାଇ ଥିଲା। ସେବେଠୁ ସେ ମୁମ୍ବାଇରେ ଅଛନ୍ତି। ତେବେ ସେ ଏବେ ଶକୁନ ବାତ୍ରାଙ୍କ ଫିଲ୍ମ ସୁଟିଂ ପାଇଁ ପୁଣି ଗୋଆ ଫେରିବେ। ଦୀପିକା ସେପ୍ଟେମ୍ବର ୨୫ରେ ଡ୍ରଗ୍ସ ମାମଲାରେ ମୁମ୍ବାଇ ଆସିଥିଲେ। ତାଙ୍କ ମ୍ୟାନେଜର କରିଶ୍ମାଙ୍କ ସହ ତାଙ୍କର ଡ୍ରଗ୍ସ ଚାଟ୍ ଭାଇରାଲ ହୋଇଥିଲା। ଯାହାକୁ ଆଧାର କରି ଏନସିବି ଜେରା ପାଇଁ ତାଙ୍କୁ ଡାକିଥିଲା। ତେବେ ଏନସିବି ଦୀପିକାଙ୍କ ବ୍ୟତୀତ ରକୁଲ ପ୍ରୀତ ସିଂହ, ଶ୍ରଦ୍ଧା କପୁର ଓ ସାରା ଅଲ୍ଲୀ ଖାନଙ୍କୁ ମଧ୍ୟ ଜେରା କରିଥିଲା । ଏହା ପରେ ବର୍ତ୍ତମାନ ଏହି ମାମଲା ଉପରେ ସମସ୍ତଙ୍କ ଆଖି ରହିଛି , ତେବେ ଦୀପିକା ତାଙ୍କର ନୂଆ କାମ ପାଇଁ ଗୋଆ ଫେରୁଛନ୍ତି ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024