ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜି ହେଉଛି ଗୁରୁବାର । ଏହିଦିନକୁ ଭଗବାନ ବିଷ୍ଣୁଙ୍କୁ ସର୍ମିପିତ କରାଯାଇଛି । ଏହିଦିନ ବ୍ୟକ୍ତିି ଯଦି ଶ୍ରଦ୍ଧା ଓ ଭକ୍ତି ମନରେ ବିଷ୍ଣୁଙ୍କ ପୂଜା କରିବେ ତେବେ ଘରେ ଧନର ଅଭାବ ହେବ ନାହିଁ । ପୁରାଣ ଊଲ୍ଲେଖ ହୋଇଥିବା କଥାନୁସାରେ ଭଗବାନ ବିଷ୍ଣୁଙ୍କ ପୂଜାରେ ମା ଲକ୍ଷ୍ମୀ ବହୁତ ଶୀଘ୍ର ପସନ୍ନ ହୋଇଥାନ୍ତି । ସେହିପରି ଯଦି ଆପଣଙ୍କ ଉପରେ ଥରେ ମା ଲକ୍ଷ୍ମୀ ପ୍ରସନ୍ନ ହୋଇଯିବେ ତାହାଲେ ଆପଣ ଘରେ କଦାପି ଧନ, ଯଶ, ବୈଭବ ହାନି ହେବ ନାହିଁ । ତେବେ ଆଜି ଆସନ୍ତୁ ଜାଣିବା ଗୁରୁବାର କିଭଳି କରିବେ ବିଷ୍ଣୁଙ୍କ ପୂଜା ଯାହାଦ୍ୱାରା ପ୍ରସନ୍ନ ହେବେ ବିଷ୍ଣୁ ।
ଗୁରୁବାର ଦିନ ସକାଳୁ ସ୍ନାନ ସାରି ଭଗବାନ ବିଷ୍ଣୁଙ୍କ ସମ୍ମୁଖରେ ଘିଅ ଦୀପ ଜଳାଇ ତାଙ୍କର ଆହ୍ୱାନ କରନ୍ତୁ । ଏହାପରେ ତାଙ୍କ ବୀଜ ମନ୍ତ୍ର ୧୦୮ ଥର ଜପନ୍ତୁ । ଏଭଳି କରିବା ଦ୍ୱାରା ଆପଣଙ୍କ ମନସ୍କାମନା ପୁରଣ ହେବ । ଗୁରବାର ଦିନ ବିଷ୍ଣୁଙ୍କୁ ପ୍ରସନ୍ନ କରିବା ଦ୍ୱାରା ଆପଣଙ୍କ ଘରେ ଧନର ଅଭାବ ଦେଖାଦେବ ନାହିଁ ।
ଗୁରୁବାର ଦିନ ପୂଜା କରିବା ସମୟରେ ହଳଦିଆ ବସ୍ତ୍ର ଏବଂ ଲାଲ ବସ୍ତ୍ର ଧାରଣ କରିବା ଶୁଭ ହୋଇଥାଏ । ହଳଦିଆ ରଙ୍ଗ ଭଗବାନ ବିଷ୍ଣୁଙ୍କର ଅତି ପ୍ରିୟ ରଙ୍ଗ ।
ଯଦି ଆପଣ ଗୁରୁବାର ଦିନ ଭଗବାନ ବିଷ୍ଣୁଙ୍କ ପୂଜା କରିବା ପରେ କଦଳୀ ଗଛ ମୂଳେ ଘିଅ ଦୀପ ଜଳାଇ ସ୍ତୁତି କରିବେ ତେବେ ଭଗବାନ ବିଷ୍ଣୁଙ୍କ କୃପା ସର୍ବଦା ବଳବତ୍ତର ରହିବ ।
ସେହିପରି ଗୁରୁବାର ପୂଜା ସାରି ଦାନ କରିବା ଶୁଭ ହୋଇଥାଏ । କୁହାଯାଏ ପୂଜା କରେ କରାଯାଇଥିବା ଦାନ ଦ୍ୱାରା ପୂଜା ସଫଳ ହୋଇଥାଏ । ଆପଣ ହଳଦିଆ ଜିନିଷ ଦାନ କରିପାରିବେ । ଯାହାଦ୍ୱାରା ବିଷ୍ଣୁ ପ୍ରସନ୍ନ ହେବେ ।